ଓଡ଼ିଶାଲାଇଭ୍‌ ବ୍ୟୁରୋ

୭ ବର୍ଷ ପରେ ନିର୍ଭୟାଙ୍କ ପରିବାରକୁ ନ୍ୟାୟ ମିଳିଛି। ଗଣଦୁଷ୍କର୍ମ ଏବଂ ନୃଶଂସ ହତ୍ୟାକାଣ୍ଡରେ ଜଡ଼ିତ ଚାରି ଦୋଷୀଙ୍କୁ ତିହାର ଜେଲ୍‌ରେ ଆଜି ଫାଶୀ ମିଳିଛି। ଶୁକ୍ରବାର ଭୋର ସାଢ଼େ ୫ଟାରେ ନିର୍ଭୟା କାଣ୍ଡର ଚାରି ଦୋଷୀ ପବନ, ବିନୟ, ମୁକେଶ ଏବଂ ଅକ୍ଷୟ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲିଥିଲେ।

୨୦୧୨ ଡିସେମ୍ବର ମାସରେ ଭାରତର ରାଜଧାନୀ ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ ଓ ନୃଶଂସ ହତ୍ୟାକାଣ୍ଡ ଘଟିଥିଲା। ସାରା ଦେଶ ଏହି ଘଟଣାରେ ସ୍ତବ୍ଧ ହୋଇଯାଇଥିଲା। ୭ ବର୍ଷ ୩ ମାସ ୩ ଦିନ ପରେ ଦୋଷୀଙ୍କୁ ଫାଶୀ ମିଳିଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ ତିନି ତିନି ଥର ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀଙ୍କ ଓକିଲ ଚାଲ୍‌ ଖେଳି ଏହାକୁ ଟାଳି ଦେଉଥିଲେ। ଶେଷରେ ଚତୁର୍ଥ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା। ଏହାକୁ ଟାଳିବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ଏହା ଫେଲ୍‌ ମାରିଥିଲା।

୨୦ ମାର୍ଚ୍ଚ ନିର୍ଭୟା ଦିବସ

୭ ବର୍ଷର ଲଢ଼େଇ ସଫଳ ହୋଇଛି। ବିଳମ୍ବ ହେଲେ ବି ଆମକୁ ନ୍ୟାୟ ମିଳିଛି। ତିହାର ଜେଲ୍‌ରେ ୪ ଦୋଷୀ ଫାଶୀ ପାଇବା ପରେ ଏହା କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ସେ କହିଛନ୍ତି ଯେ, ମାର୍ଚ୍ଚ ୨୦କୁ ସେ ନିର୍ଭୟା ଦିବସ ଭାବେ ପାଳନ କରିବେ। ଏଥିପାଇଁ ଆଶାଦେବୀ କେନ୍ଦ୍ର ସରକାର, ରାଷ୍ଟ୍ରପତି ଏବଂ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି।

Comment