ଓଡ଼ିଶାଲାଇଭ୍‌ ବ୍ୟୁରୋ

୮ ବର୍ଷ ପୂର୍ବେ ୨୦୧୨, ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ଏକ ବସ୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

‘‘ଝିଅକୁ ହରାଇବାର ୮ ବର୍ଷ ହୋଇଗଲା। ଆଜିବି ଝିଅର ମୁହଁ ଆଖି ଆଗରେ ଦିଶିଯାଉଛି। କିନ୍ତୁ ସେଦିନ ସିନା ମୋ ଝିଅକୁ ହରେଇଲି ଆଜି ଅନେକ ଝିଅଙ୍କୁ ପାଇଲି’’, ୮ ବର୍ଷ ତଳର ଲୋମଟାଙ୍କୁରା ଗଣଦୁର୍ଷ୍କମର କାହାଣୀ ମନେ ପକାଇ ଏଭଳି କହିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଝିଅକୁ ନ୍ୟାୟ ଦେବା ପାଇଁ ୮ ବର୍ଷ ଲଢ଼ିବାକୁ ପଡ଼ିଲା। ଶେଷରେ ଯାଇ ଦୋଷୀଙ୍କୁ ଦଣ୍ଡ ମିଳିଲା। ନିର୍ଭୟାକୁ ନ୍ୟାୟ ମିଳିଲା। ପ୍ରଥମ ଥର ଆମ ଦେଶରେ ଏକସାଙ୍ଗରେ ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ହେଲା। ଏହି ଘଟଣା ଲୋକଙ୍କ ମନରେ ପୁଣି ବିଶ୍ୱାସ ଆଣିଲା ଯେ ସମସ୍ତଙ୍କୁ ନ୍ୟାୟ ମିଳିପାରିବ। ଆଇନ ଉପରେ ବି ଲୋକଙ୍କର ବିଶ୍ୱାସ ଆସିଲା। ୮ ବର୍ଷ ପୂର୍ବରୁ ଆମେ ଏହି ଅପରାଧ ବିରୋଧରେ ଲଢ଼ୁଥିଲୁ। ସଂକଳ୍ପ କରିଛୁ ଏଭଳି ଜଘନ୍ୟ ଅପରାଧ ବିରୁଦ୍ଧରେ ଆଗକୁ ବି ସ୍ୱର ଉଠାଇବୁ। ଦେଶର ପ୍ରତି ନିର୍ଭୟା ସହ ଛିଡ଼ା ହେବୁ’’।

ଣ ଥିଲା ପୂରା ଘଟଣା?

ଦୁଷ୍କର୍ମର ଶିକାର ହୋଇଥିବା ୨୩ ବର୍ଷୀୟା ନିର୍ଭୟା ଜଣେ ପାରାମେଡିକାଲ ଛାତ୍ରୀ ଥିଲେ। ସେଦିନ ନିର୍ଭୟା ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ। ଫିଲ୍ମ ଦେଖି ଫେରିବା ପରେ ସେ ବସ୍‌ ଯୋଗେ ମୁନିରକାରୁ ଦ୍ୱାରକା ଅଭିମୁଖେ ଯାଉଥିଲେ।  ବସ୍‌ରେ ନିର୍ଭୟାଙ୍କ ବ୍ୟତୀତ ତାଙ୍କ ବନ୍ଧୁ ଅନ୍ୟ ୬ ଜଣ ଲୋକ ଥିଲେ। ସେହି ୬ ଜଣ ନିର୍ଭୟାଙ୍କୁ ବସ୍‌ ଭିତରେ ଦୁଷ୍କର୍ମ କରିଥିଲେ। ତାଙ୍କ ବନ୍ଧୁ ବିରୋଧ କରିବା ଯୋଗୁଁ ତାଙ୍କୁ ମଧ୍ୟ ଖୁବ ମାରିଥିଲେ।

ବସରେ ଥିବା ୬ ଜଣ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ। କେବଳ ଏତିକି ନୁହେଁ ନରରୂପି ରାକ୍ଷସମାନେ ତାଙ୍କ ଉପରେ ଘୋର ଅତ୍ୟାଚାର କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଚଳନ୍ତା ବସ୍‌ରୁ ଫିଙ୍ଗି ଦିଆଯାଇଥିଲା।  ଗୁରୁତର ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁଁ ତାଙ୍କୁ ସିଙ୍ଗାପୁର ପଠାଯାଇଥିଲା। ସିଙ୍ଗାପୁରର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ନିର୍ଭୟା। ଘଟଣାର ଦୁଇ ଦିନରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ବସ୍‌ ଡ୍ରାଇଭର, ଜଣେ ନାବାଳକ ସହ ଅନ୍ୟ ୪ ଜଣ ବି ସାମିଲ ଥିଲା। ବସ୍‌ ଡ୍ରାଇଭର ଜଣକ ତିହାର ଜେଲରେ ଆତ୍ମହତ୍ୟା କରିଥିଲେ। ନାବାଳକ ଜଣକଙ୍କୁ ଜୁଭେନାଇଲ ଡିଟେନସନ ସେଣ୍ଟର ୩ ବର୍ଷ ରଖିବା ପରେ ୨୦୧୫ରେ ତାଙ୍କୁ ବେଲ୍‌ ମିଳିଥିଲା।

୨୦୨୦, ମାର୍ଚ୍ଚ ୨୦ରେ ଦୋଷୀଙ୍କୁ ମିଳିଲା ଫାଶୀ

ଦୋଷୀଙ୍କୁ ଫାଶୀ ଦେବା ପାଇଁ ନିର୍ଭୟଙ୍କ ମା’ ବାପା ମହୁତ ସଂଘର୍ଷ କରିଥିଲେ।  ତାରିଖ ପରେ ତାରଖ ଘୁଞ୍ଚିବା ପରେ ଶେଷରେ ୨୦୨୦, ମାର୍ଚ୍ଚ ୨୦ରେ ନିର୍ଭୟାଙ୍କ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ନିର୍ଦ୍ଧାଣ ହୋଇଥିଲା। ସେହିଦିନ ଭୋର ୫. ୩୦ରେ ଫାଶୀ ଖୁଣ୍ଟରେ ଝୁଲିଥିଲେ ୪ ନିର୍ଭୟା ଦୋଷୀ।

Comment