ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟାର ଚାରିଦୋଷୀ ନିଜର ବନ୍ଦୀ ଜୀବନ ମଧ୍ୟରେ ୧ ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଚାରିଦୋଷୀଙ୍କୁ ଫାଶୀ ହେବା ପରେ ଏନେଇ ସୂଚନା ଦେଇଛନ୍ତି ତିହାର ଜେଲ କର୍ତ୍ତୁପକ୍ଷ।

ସୂଚନା ଅନୁସାରେ ନିଜର ବନ୍ଦୀ ଜୀବନ ମଧ୍ୟରେ ଏହି ଚାରିଜଣ ଦୋଷୀ ଜେଲରେ କାମ କରି ମୋଟ୍ ୧ ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଛନ୍ତି। ତାମଧ୍ୟରୁ ଦୋଷୀ ମୁକେଶ କୌଣସି କାମ କରିନାହିଁ। ଦୋଷୀ ଅକ୍ଷୟ ନିଜର ଜେଲ ସମୟରେ ୬୯ ହଜାର ଟଙ୍କା, ପବନ ୨୯ ହଜାର ଟଙ୍କା ଓ ବିନୟ ୩୯ ହଜାର ଟଙ୍କା ରୋଜଗାର କରିଛନ୍ତି। ତେବେ ସେମାନଙ୍କର ମୃତ୍ୟୁ ପରେ ଏହି ଟଙ୍କା କାହାକୁ ମିଳିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତିହାର ଜେଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ଏହି ଟଙ୍କା ସେମାନଙ୍କର ପରିବାର ଲୋକଙ୍କୁ ଦିଆଯିବ ବୋଲି କୁହାଯାଇଛି। ଏଥିସହିତ ଦୋଷୀମାନଙ୍କର କପଡ଼ା ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସେମାନଙ୍କର ପରିବାର ଲୋକଙ୍କୁ ଦିଆଯିବ।ଶୁକ୍ରବାର ଭୋର ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା। ଫାଶୀଖୁଣ୍ଟରେ ୩୦ ମିନିଟ୍ ଓହଳିବା ପରେ ଦୋଷୀମାନଙ୍କ ଶରୀରକୁ ଫାଶୀ ଖୁଣ୍ଟରୁ ଓହ୍ଲାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଡାକ୍ତରୀ ଟିମ୍ ଏହାପରେ ଶରୀରକୁ ଯାଞ୍ଚ କରିବା ସହ ଏହାକୁ ମୃତ ଘୋଷଣା କରିଥିଲେ।

Comment