ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନକୁ ଖାରଜ କରିଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିସହିତ ଏବେ ଚାରି ଜଣ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ଏକରକମ ପକ୍କା ହୋଇଯାଇଛି।

ଏହାପୂର୍ବରୁ ଦୋଷୀ ପବନର କ୍ୟୁରେଟିଭ୍ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ଫାଶୀରୁ ମୁକୁଳିବା ପାଇଁ ପବନ ସେହିଦିନ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ଯାହାକୁ ରାଷ୍ଟ୍ରପତି ମଙ୍ଗଳବାର ଖାରଜ କରିଦେଇଛନ୍ତି।

ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଅନ୍ୟ ତିନି ଜଣ ଦୋଷୀଙ୍କର ମଧ୍ୟ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିସାରିଛନ୍ତି। ଏବେ ଶେଷ ଦୋଷୀଭାବେ ପବନର ମଧ୍ୟ ରାଜକ୍ଷମା ଖାରଜ ହୋଇଛି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ନିର୍ଭୟାଙ୍କ ମା’ ମଧ୍ୟ ଆଇନ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଦୋଷୀମାନେ ଆଇନର ସାହାରା ନେଇ ସବୁବେଳେ ଖସିଯାଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

Comment