ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ ନିର୍ଭୟା ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଘଟଣାରେ ପୁଣି ଆସିଛି ନୂଆ ମୋଡ଼। ଫାଶୀ ପାଇଁ ଧାର୍ଯ୍ୟ ହୋଇଥିବା ଜାନୁଆରି ୨୨ ତାରିଖରେ ଦୋଷୀମାନଙ୍କୁ ଦଣ୍ଡ ମିଳିବନି। ଏନେଇ ନିର୍ଭୟା ଘଟଣାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ମୁକେଶଙ୍କ ଓକିଲ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଦାବି କରିଛନ୍ତି।

ନିର୍ଭୟା ଗଣୁଦୁଷ୍କର୍ମରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀ ମୁକେଶ କୁମାର ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି। ତେଣୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଯାଇପାରିବନି ବୋଲି ସେ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ବୁଧବାର ଏହାର ବିଚାର କରାଯାଉଛି।ଏହାର ବିଚାର ହେବା ବେଳେ ମୁକେଶ ପାଇଁ ଲଢୁଥିବା ଓକିଲ କହିଥିଲେ ଯେ ଜାନୁଆରି ୨୨ ତାରିଖରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। କାରଣ ତାଙ୍କର ରାଜକ୍ଷମା ଏବେ ରାଷ୍ଟ୍ରପତିଙ୍କ ପାଖରେ ରହିଛି। ଏଥିସହ ରାଷ୍ଟ୍ରପତି ରାଜକ୍ଷମାର ବିଚାର କରିବା ପରେ ଦୋଷୀଙ୍କୁ ୧୪ ଦିନ ପାଇଁ ସମୟ ଦିଆଯିବାର ବିଧି ରହିଛି। ତେଣୁ କଦାପି ଜାନୁଆରି ୨୨ ତାରିଖ ସୁଦ୍ଧା ଦୋଷୀମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ।

ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେବା ଉପରେ ନିଜର ରାୟ କାଏମ୍ ରଖିଥିଲେ। ଏହାପରେ ଦୋଷୀ ମୁକେଶ ଓ ବିନୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ପାଇଁ ଆବେଦନ କରିଥିଲେ। ଏହି କ୍ୟୁରେଟିଭ୍ ପିଟିସନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ମୁକେଶ ପୁଣିଥରେ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁକେଶକୁ ରାଜକ୍ଷମା ଦେବା ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେଣୁ ଫାଶୀ ଦେବାର ତାରିଖ ଘୁଞ୍ଚିବ ବୋଲି କୁହାଯାଉଛି।

Comment