ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖାରଜ ହେଲା ନିର୍ଭୟା ଦୋଷୀ ମୁକେଶର ଆବେଦନ। ଏହାକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏହି ଆବେଦନ କରିଥିଲା ମୁକେଶ। ଘଟଣା ଦିନ ଦିଲ୍ଲୀ ନଥିବା ଦର୍ଶାଇ ଏହି ଆବେଦନ କରାଯାଇଥିଲା। ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଏହି ଆବେଦନ କରିଥିଲା ମୁକେଶ, ଯାହାକୁ ଖାରଜ କରି ଦିଆଯାଇଥିଲା।

ସେହିପରି ଆଜି ପବନର କ୍ୟୁରେଟିଭ୍‌ ପିଟିସନ୍‌କୁ ମଧ୍ୟ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ। ୨୦୧୨ ଘଟଣା ବେଳେ ପବନ ନାବାଳକ ଥିବା ଏହି ପିଟିସନ୍‌ରେ ଦର୍ଶାଇ ତା’ର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ ବୋଲି କହିଥିଲା। ହେଲେ ଏହାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଥିଲେ।

ପୂର୍ବରୁ ମଧ୍ୟ ନିର୍ଭୟାର ୩ ଦୋଷୀ ପବନ, ବିନୟ ଓ ଅକ୍ଷୟ ଫାଶୀରୁ ବଞ୍ଚିବା ପାଇଁ ଅନ୍ତର୍ଜାତୀୟ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଫାଶୀକୁ ଆଉ ଗୋଟିଏ ଦିନ ଥିବା ବେଳେ ନିର୍ଭୟା ଦୋଷୀମାନେ ଏବେ ଗୋଟିଏ ପରେ ଗୋଟିଏ ଚାଲ୍‌ ଖେଳି ଚାଲିଛନ୍ତି।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ପୁଣି ଚତୁର୍ଥ ଡେଥ୍‌ ଓ୍ଵାରେଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥର ମଧ୍ୟ ଫାଶୀ ହେବ କି ନାହିଁ? ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି।

Comment