ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ୪ ଦିନ ପରେ ନିର୍ଭୟା ଦୋଷୀମାନଙ୍କୁ ଦିଆଯିବ ଫାଶୀ। ଏନେଇ ଚତୁର୍ଥଥର ଡେଥ୍‌ ଓ୍ଵାରେଣ୍ଟ ମଧ୍ୟ ଜାରି ହୋଇ ସାରିଛି। ପୂର୍ବରୁ ୩ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ବର୍ତ୍ତମାନ ଏହି ତାରିଖକୁ ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି। ଯଦି ଦୋଷୀମାନେ ପୁଣି କିଛି ଚାଲ୍‌ ଖେଳନ୍ତି, ତାହେଲେ ପୁଣି ଫାଶୀ ଘୁଞ୍ଚି ଯାଇପାରେ।

ଜାନୁଆରି ୨୨ ତାରିଖରେ ପ୍ରଥମ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା। ହେଲେ ଦୋଷୀମାନେ ଫାଶୀରୁ ବଞ୍ଚିବାକୁ ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାଖଲ କରିଥିଲେ। ଫଳରେ ଶୁଣାଣି ପ୍ରକ୍ରିୟାରେ ବିଳମ୍ଵ ହୋଇଥିଲା। ତେଣୁ ଫାଶୀକୁ ଫେବ୍ରୁଆରି ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ପରେ ଏହାକୁ ପୁଣି ମାର୍ଚ୍ଚ ୩ ଓ ଏବେ ମାର୍ଚ୍ଚ ୨୦କୁ ଘୁଞ୍ଚାଇ ଦିଆଯାଇଛି।

ବର୍ତ୍ତମାନ ମାର୍ଚ୍ଚ ୯ ତାରିଖରେ ମୃତ୍ୟୁ ଦଣ୍ଡକୁ ରଦ୍ଦ କରିବା ପାଇଁ ପିଟିସନ୍‌ ଦାଖଲ କରିଥିଲା ବିନୟ। ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଏହି ପିଟିସନ୍‌ ଦାଖଲ କରାଯାଇଥିଲା। ମୃତ୍ୟୁଦଣ୍ଡକୁ ରଦ୍ଦ କରି ଆଜୀବନ ଜେଲ୍‌ ଦଣ୍ଡ ଦେବାକୁ ପିଟିସନ୍‌ରେ ଅପିଲ କରାଯାଇଥିଲା।

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ଦିନ ଧାର୍ଯ୍ୟ ହେଉଥିଲେ ମଧ୍ୟ ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି। ବର୍ତ୍ତମାନ ପୁଣି ଚତୁର୍ଥ ଡେଥ୍‌ ଓ୍ଵାରେଣ୍ଟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥର ମଧ୍ୟ ଫାଶୀ ହେବ କି ନାହିଁ? ତାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହେଉଛି।

Comment