ଓଡ଼ିଶାଲାଇଭ ବ୍ୟୁରୋ

ଆମେରିକାର ମାଗାଜିନ ଫୋବର୍ସ ୨୦୨୦ ବର୍ଷର ୧୦୦ ଭାରତୀୟ ଧନୀଙ୍କ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ଏଥର ବି ଫୋର୍ବସର ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନି ଟପ୍‌ରେ ଅଛନ୍ତି। ତାଙ୍କର ସମ୍ପତ୍ତି ୮୮.୭ ବିଲିୟନ ଡଲାର ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା କ୍ରମାଗତ ୧୩ ବର୍ଷ ହେଲା ମୁକେଶ ଅମ୍ବାନୀ ଟପ୍‌ରେ ରହିଛନ୍ତି।

ମୁକେଶ ଅମ୍ବାନିଙ୍କ ପରେ ଆଦାନି ପୋଟର୍ସ ଆଣ୍ଡ ସେଜର ଗୌତମ ଆଦାନି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ସମ୍ପତ୍ତି ହେଉଛି ୨୫.୨ ବିଲିୟନ ଡଲାର। ତୃତୀୟ ସ୍ଥାନରେ ଆଇଟି କମ୍ପାନତ ଏଚଥସିଏଲର ର ଶିବ ନାଦାର ରହିଛନ୍ତି ଓ ତାଙ୍କର ସମ୍ପତ୍ତି ହେଉଛି ୨୦.୪ ବିଲିୟନ ଡଲାର।

ସେହିପରି ଚତୁର୍ଥ ନମ୍ବରରେ ଡି ମାର୍ଟର ମାଲିକ ରାଧାକିଷନ ଦାମାନି ଅଛନ୍ତି। ପଞ୍ଚମ ସ୍ଥାନରେ ଅଶୋକ ଲେଲାଣ୍ଡର ହିନ୍ଦୁଜା ବ୍ରଦର୍ସଙ୍କ ନାମ ରହିଛି। ଷଷ୍ଠ ସ୍ଥାନରେ ସାଇରସ୍ ପୁନାୱାଲା, ସପ୍ତମ ସ୍ଥାନରେ ପାଲୋଞ୍ଜୀ ମିସ୍ତ୍ରୀ,  ଅଷ୍ଟମ ସ୍ଥାନରେ ଉଦୟ କୋଟାକ୍, ନବବ ସ୍ଥାନରେ ଗୋଦରେଜ ଫ୍ୟାମିଲି, ଦଶମ ସ୍ଥାନରେ ଲକ୍ଷ୍ମୀ ମିତଲଙ୍କ ନାଁ ରହିଛି।

ଚଳିତ ବର୍ଷ ଫୋର୍ବସ୍ ତାଲିକାରେ ୧୦୦ ଧନୀଙ୍କ ମଧ୍ୟରେ ଅନେକ ନୂଆ ନାମ ମଧ୍ୟ ସାମିଲ ହୋଇଛି। ଏଥିରେ ସଞ୍ଜୀବ ବିକଚାନ୍ଦାନୀ, ରିଲାକ୍ସୋ ଫୁଟୱେରର ରମେଶ କୁମାର ଏବଂ ମୁକୁନ୍ଦ ଲାଲ ଦୁଆ, ଜିରୋଦା ବ୍ରୋକିଙ୍ଗର ନିଖିଲ ଓ ନିତିନ କାମାତ, ଜିଆରଟି ଜୁଏଲର୍ସର ଜି ରାଜେନ୍ଦ୍ରଙ୍କ ନାଁ ମଧ୍ୟ ରହିଛି।

Comment