ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଆବେଦନ କଲେ ତିହାର ଜେଲ୍ କର୍ତ୍ତୃପକ୍ଷ। ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଖଣ୍ଟରେ ଝୁଲାଇବା ସହ ସେମାନଙ୍କୁ ଦଣ୍ଡ ଦେବାକୁ ଏହି ଆବେଦନରେ କୁହାଯାଇଛି।

ବୁଧବାର ଦୋଷୀ ଅକ୍ଷୟ ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଏବେ ଦୋଷୀ ପବନ ବ୍ୟତୀତ ଅନ୍ୟ କୌଣସି ଦୋଷୀଙ୍କ ପାଖରେ କୌଣସି ନ୍ୟାୟିକ ବିକଳ୍ପ ନାହିଁ। ତେଣୁ ଯଥାଶୀଘ୍ର ସେମାନଙ୍କୁ ଦଣ୍ଡବିଧାନ କରିବା ସହିତ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରିବାକୁ ତିହାର ଜେଲ୍ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି।

ଜାନୁଆରି ୩୧ ତାରିଖରେ ଦିଲ୍ଲୀର ପଟିୟାଲା ହାଉସକୋର୍ଟ ଦୋଷୀମାନଙ୍କ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଲାଗୁ କରିଥିଲା। ଦୋଷୀମାନେ ନିଜର ନ୍ୟାୟିକ ବିକଳ୍ପ ଶେଷ କରିବା ପରେ ନୂଆ ଡେଥ୍ ୱାରେଣ୍ଟ୍ ଜାରି କରାଯିବ ବୋଲି କୋର୍ଟ ନିଜର ରାୟ ଦେଇଥିଲେ।

Comment