ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାରି ହେଲା ନିର୍ଭୟା ଦୋଷୀଙ୍କ ଫାଶୀ ପାଇଁ ନୂଆ ଡେଥ୍‌ ଓ୍ଵାରେଣ୍ଟ। ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’ ଆଶାଦେବୀ।

“ବହୁତ ସଂଘର୍ଷ କରୁଛୁ ଆମେ। ୨ଥର ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚି ସାରିଛି। ଆଶା କରୁଛି ମାର୍ଚ୍ଚ ୩ ଦୋଷୀମାନଙ୍କ ପାଇଁ ଶେଷ ତାରିଖ ହେବ। କୋର୍ଟଙ୍କ ଉପରେ ପୁରା ବିଶ୍ଵାସ ଅଛି। ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ମୁଁ ଆଶାବାଦୀ ଅଛି” କହିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ।

ନିର୍ଭୟା ଦୋଷୀଙ୍କ ଫାଶୀକୁ ନେଇ ତୃତୀୟଥର ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇସାରିଛି। ସମସ୍ତ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବାକୁ ନେଇ ଘୋଷଣା ହୋଇଛି। ଏହି ଓ୍ଵାରେଣ୍ଟ ଜାରି କରିଛି ପଟିୟାଲା ହାଉସ କୋର୍ଟ।

ପୂର୍ବରୁ ୨ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା। ପ୍ରଥମେ ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା। ହେଲେ ବାରମ୍ଵାର ପିଟିସନ୍‌ ଦାଖଲ ଯୋଗୁଁ ଫାଶୀ ପ୍ରକ୍ରିୟାରେ ବିଳମ୍ଵ ହୋଇଥିଲା।

ପରେ ଡେଥ୍‌ ଓ୍ଵାରେଣ୍ଟକୁ ଘୁଞ୍ଚାଇ ଫେବ୍ରୁଆରି ୨୨ ତାରିଖ ରଖାଯାଇଥିଲା। ହେଲେ ଦୁଇ ଜଣ ଦୋଷୀ କ୍ୟୁରେଟିଭ୍‌ ପିଟିସନ ଆବେଦନ କରିବାରୁ ଫାଶୀ ତାରିଖ ପୁଣି ଘୁଞ୍ଚିଥିଲା। ହେଲେ କୋର୍ଟ ପରବର୍ତ୍ତୀ ଫାଶୀ ତାରିଖ ଘୋଷଣା କରି ନଥିଲେ। ବର୍ତ୍ତମାନ ଏହାର ଶୁଣାଣି କରିସାରିଛନ୍ତି କୋର୍ଟ।

Comment