ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୨ ମସିହାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୀର୍ଘ ୭ ବର୍ଷ ୩ ମାସ ୩ ଦିନ ପରେ ନିର୍ଭୟା ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିଛି। ତିହାର ଜେଲ୍‌ରେ ନିର୍ଭୟା ଗଣଦୁଷ୍କର୍ମ ଓ ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ମିଳିଛି।

ଜାଣନ୍ତୁ ପୂରା ଘଟଣା:

୨୦୧୨, ଡିସେମ୍ବର ୧୬:  ଦିଲ୍ଲୀରେ ଏକ ଚଳନ୍ତା ବସ୍‌ରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିବା ଅଭିଯୋଗ ଆସିଲା। ବସ୍‌ ଡ୍ରାଇଭର ରାମ ସିଂ, ମୁକେଶ ସିଂ, ଅକ୍ଷୟ ଠାକୁର, ବିନୟ ଶର୍ମା, ପବନ ଗୁପ୍ତା ଏବଂ ଜଣେ ନାବାଳକ ଏହି ନୃଶଂସ ଘଟଣାରେ ସାମିଲ ଥିବା ଅଭିଯୋଗ ଆସିଲା।

୨୦୧୩, ଜାନୁଆରି: ହତ୍ୟା, ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ, ଅପହରଣ, ଡକାୟତି ମାମଲାରେ ଦିଲ୍ଲୀ ପୋଲିସ ଦ୍ଵାରା ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ।

ଜାନୁଆରି ୨୮: ନିର୍ଭୟା ମାମଲାର ଷଷ୍ଟ ଦୋଷୀ ଜଣେ ନାବାଳକ ବୋଲି କିଶୋର ନ୍ୟାୟ ବୋର୍ଡ ଘୋଷଣା କରିଥିଲେ।

ଫେବ୍ରୁଆରି ୨: ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ସମେତ ୧୩ଟି ମାମଲା ରୁଜୁ।

ମାର୍ଚ୍ଚ ୧୧: ତିହାର ଜେଲରେ ଅତ୍ମହତ୍ୟା କଲା ବସ୍‌ ଡ୍ରାଇଭର ରାମ୍‌ ସିଂହ।

ଅଗଷ୍ଟ ୩୧: ଗଣଦୁଷ୍କର୍ମ ଏବଂ ହତ୍ୟା ପାଇଁ ଜେଜେବି (କିଶୋର ନ୍ୟାୟ ବୋର୍ଡ) ନାବାଳକଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ତାଙ୍କୁ ୩ ବର୍ଷ ପାଇଁ ବାଳ ସୁଧାର ଗୃହରେ ରଖିବାକୁ ନିର୍ଦ୍ଦେଶ।

ସେପ୍ଟେମ୍ବର ୧୦: ଗଣଦୁଷ୍କର୍ମ, ହତ୍ୟା ଏବଂ ଅସ୍ୱାଭାବିକ କାର୍ଯ୍ୟ ସମେତ ମୋଟ୍‌ ୧୩ଟି ଅପରାଧ ମାମଲାରେ ଫାଷ୍ଟ ଟ୍ରାକ୍‌ କୋର୍ଟ ସମସ୍ତ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ।

ସେପ୍ଟେମ୍ବର ୧୩: ସମସ୍ତ ୪ ଜଣଙ୍କୁ ଫାଷ୍ଟଟ୍ରାକ୍‌ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ। ଦିଲ୍ଲୀ ହାଇକୋର୍ଟକୁ ମାମଲା ହେଲା ଟ୍ରାନ୍ସଫର।

୨୦୧୪, ମାର୍ଚ୍ଚ ୧୩: ୪ ଦୋଷୀଙ୍କ ମୃତ୍ୟୁଦଣ୍ଡାଦେଶକୁ ଦିଲ୍ଲୀ ହାଇକୋର୍ଟ କାଏମ୍‌ ରଖିଲେ।

୨୦୧୫ ଡିସେମ୍ବର ୨୦: ଦିଲ୍ଲୀ ହାଇକୋର୍ଟ ନାବାଳକୁ ମୁକ୍ତ କରିବାକୁ ମନା କରିଦେଲେ। ୩ ବର୍ଷ ବାଳ ସୁଧାର ଗୃହରେ ରହିବା ପରେ ନାବାଳକ ମୁକୁଳିଲେ।

୨୦୧୬, ଏପ୍ରିଲ ୩: ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହେଲା।

୨୦୧୮, ଜୁଲାଇ ୯: ପବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶଙ୍କ କରିଥିବା ରିଭ୍ୟୁ ପିଟିସନ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ।

୨୦୧୯ ଅକ୍ଟୋବର ୨୯: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଦୋଷୀ କ୍ଷମା ଆବେଦନ କରିବା ପାଇଁ ତିହାର ଜେଲ ୭ ଦିନ ସମୟ ଦେଲେ।

ନଭେମ୍ବର ୮: ଦିଲ୍ଲୀ ସରକାରଙ୍କଠାରେ କ୍ଷମା ଆବେଦନ କଲେ ବିନୟ।

ଡିସେମ୍ବର ୨: ବିନୟଙ୍କ କ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ଏଲ୍‌ଜି।

ଡିସେମ୍ବର ୧୦: ସୁପ୍ରିମକୋର୍ଟରେ ଦୋଷୀ ଅକ୍ଷୟ ଦ୍ୱାରା ରିଭ୍ୟୁ ପିଟିସନ୍‌ ଦାଖଲ।

ଡିସେମ୍ବର ୧୮: ଅକ୍ଷୟଙ୍କ ରିଭ୍ୟୁ ପିଟିସନ୍‌ ଖାରଜ।

୨୦୨୦ ଜାନୁଆରି ୭: ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ ଓ୍ୱାରେଣ୍ଟ ଜାରି କଲେ ଦିଲ୍ଲୀ ହାଇକୋର୍ଟ।

୨୦୨୦, ଜାନୁଆରି ୯: ବିନୟ ଓ ମୁକେଶ ସିଂହ ସୁପ୍ରିମକୋର୍ଟରେ ଦାଖଲ କଲେ କ୍ୟୁରେଟିଭ୍‌ ପିଟିସନ୍‌।

୨୦୨୦, ଜାନୁଆରି ୧୪: ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ମୁକେଶ ସିଂହ। ଏହାସହ ବିନୟ ଓ ମୁକେଶ କରିଥିବା କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ କଲେ ସୁପ୍ରିମକୋର୍ଟ

୨୦୨୦, ଜାନୁଆରି ୧୭: ଦୋଷୀ ମୁକେଶର କ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି।

୨୦୨୦, ଜାନୁଆରି ୨୮: ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲେ ଅକ୍ଷୟ ଠାକୁର।

ଜାନୁଆରି ୨୯, ୨୦୨୦: ମୁକେଶର କ୍ଷମା ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେଲା।

୨୦୨୦, ଫେବ୍ରୁଆରି ୧: ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କଲା ଅକ୍ଷୟ ଠାକୁର।

ଫେବ୍ରୁଆରି ୫, ୨୦୨୦: ସମସ୍ତ ନ୍ୟାୟିକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦୋଷୀଙ୍କୁ ୧ ସପ୍ତାହ ସମୟ ଦେଲେ ଦିଲ୍ଲୀ ହାଇକୋର୍ଟ।

ଫେବ୍ରୁଆରି ୫, ୨୦୨୦: ଅକ୍ଷୟ ଠାକୁର ଦାଖଲ କଲେ କ୍ଷମା ଆବେଦନ। ଖାରଜ କଲେ ରାଷ୍ଟପତି।

ଫେବ୍ରୁଆରି ୧୭, ୨୦୨୦: ମାର୍ଚ୍ଚ ୩ରେ ସମସ୍ତ ଦୋଷୀଙ୍କୁ ଫାଶୀ ପାଇଁ ଦିଲ୍ଲୀ କୋର୍ଟ ଡେଥ ଓ୍ୱାରେଣ୍ଟ ଜାରି କଲେ।

ଫେବ୍ରୁଆରି ୨୮, ୨୦୨୦: ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ପାଇଁ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲେ।

ମାର୍ଚ୍ଚ ୨, ୨୦୨୦: ପବନର କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ କଲେ ସୁପ୍ରିମକୋର୍ଟ। ଏହାସହ ଡେଥ୍‌ ଓ୍ୱାରେଣ୍ଟ ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ ହାଇକୋର୍ଟ।

ମାର୍ଚ୍ଚ ୫, ୨୦୨୦: ମାର୍ଚ୍ଚ ୨୦ରେ ଫାଶୀ ପାଇଁ ପୁଣିଥରେ ଡେଥ୍‌ ଓ୍ୱାରେଣ୍ଟ ଜାରି କଲେ ଦିଲ୍ଲୀ ହାଇକୋର୍ଟ।

୨୦୨୦, ମାର୍ଚ୍ଚ ୧୬: ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ଡେଥ୍‌ ଓ୍ୱାରେଣ୍ଟ ଉପରେ ରହିତାଦେଶ ଲଗାଇବାକୁ ଆଇସିଜେଙ୍କୁ ଅନୁରୋଧ କରିଥିଲେ।

ମାର୍ଚ୍ଚ ୧୯:  କ୍ଷମା ଆବେଦନକୁ ଖାରଜକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅକ୍ଷୟ ଠାକୁର।

ମାର୍ଚ୍ଚ ୧୯:  ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ମୁକେଶ ସିଂହ କରିଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ।

ମାର୍ଚ୍ଚ ୧୯: ଡେଥ୍‌ ଓ୍ୱାରେଣ୍ଟ ଉପରେ ରହିତାଦେଶ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ।

ମାର୍ଚ୍ଚ ୧୯: ଅକ୍ଷୟ ଦ୍ୱାରା ହୋଇଥିବା ପିଟିସନ୍‌କୁ ଖାରଜ କଲେ ସୁପ୍ରିକୋର୍ଟ।

ମାର୍ଚ୍ଚ ୨୦, ୨୦୨୦: ଆଜିର ଦିନରେ ଭୋର୍‌ ୪ଟା ବେଳେ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ଆଜି ଦୋଷୀମାନଙ୍କୁ ଗାଧୋଇବା ଓ ପ୍ରାର୍ଥନା ପାଇଁ କୁହାଗଲା, ହେଲେ ସେ ମନା କରି ଦେଲେ। ଭୋର ୫ଟା ବେଳେ ଦୋଷୀମାନଙ୍କୁ କଳା କପଡ଼ା ପିନ୍ଧାଗଲା। ଭୋର ୫. ୩୦ରେ ଫାଶୀ ଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ।

Comment