ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ଦୀନଦୟାଲ ହସ୍ପିଟାଲକୁ ଆସିଲା ଚାରି ନିର୍ଭୟା ଦୋଷୀଙ୍କ ମୃତଦେହ। ଶୁକ୍ରବାର ଭୋରରେ ଦୋଷୀମାନଙ୍କୁ ଫାଶୀ ଦେବା ପରେ ଏବେ ପୋଷ୍ଟମର୍ଟମ କରିବା ପାଇଁ ମୃତଦେହକୁ ହସ୍ପିଟାଲ ଅଣାଯାଇଛି।

ଦୁଇଟି ଆମ୍ବୁଲାନ୍ସରେ ଚାରୋଟି ମୃତଦେହକୁ ହସ୍ପିଟାଲକୁ ଅଣାଯାଇଛି। ସେଠାରେ ଡାକ୍ତର ବିଏନ୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ ଟିମ୍ ମୃତଦେହମାନଙ୍କର ପୋଷ୍ଟମର୍ଟମ କରିବେ। ପୋଷ୍ଟମର୍ଟମ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଶୁକ୍ରବାର ଭୋର ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲରେ ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଥିଲା। ଫାଶୀଖୁଣ୍ଟରେ ୩୦ ମିନିଟ୍ ଓହଳିବା ପରେ ଦୋଷୀମାନଙ୍କ ଶରୀରକୁ ଫାଶୀ ଖୁଣ୍ଟରୁ ଓହ୍ଲାଯାଇଥିଲା। ସେଠାରେ ଉପସ୍ଥିତ ଥିବା ଡାକ୍ତରୀ ଟିମ୍ ଏହାପରେ ଶରୀରକୁ ଯାଞ୍ଚ କରିବା ସହ ଏହାକୁ ମୃତ ଘୋଷଣା କରିଥିଲେ।

Comment