ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଅ

ନିର୍ଭୟାଙ୍କୁ ନ୍ୟାୟ ଦିଅ

ଉଇ ୱାଣ୍ଟ ଜଷ୍ଟିସ୍‌

ପଟିଆଲା ହାଉସ୍‌ କୋର୍ଟ ଆଗରେ ବୁଧବାର ଏହି ନାରାବାଜି ଶୁଣିବାକୁ ମିଳିଥିଲା। ଏହି ନାରାବାଜି ଆଉ କେହି ନୁହେଁ ନିର୍ଭୟାଙ୍କ ମା’ ବାପାଙ୍କ ସମେତ କିଛି ସମାଜିକ କର୍ମୀମାନେ ଦେଇଥିଲେ।

ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଚାଲିଛି। କେବେ ଏହି ଦୋଷୀମାନେ ଫାଶୀ ପାଇବେ ତାହା ଅନିଶ୍ଚିତତାରେ ରହିଛି। ଜଣକ ପରେ ଜଣେ ଦୋଷୀ ନ୍ୟାୟିକ ପ୍ରକ୍ରିୟାର ସହାୟତା ନେଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି। ଫଳରେ ନିର୍ଭୟାଙ୍କ ପରିବାର ବାରମ୍ବାର ନିରାଶ ହେଉଛନ୍ତି। ନିର୍ଭୟା ଦୋଷୀଙ୍କୁ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିର୍ଭୟାଙ୍କ ମା’, ବାପା ପଟିଆଲା ହଉସ୍‌ କୋର୍ଟ ସମ୍ମୁଖରେ ଧାରଣା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।

ନର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ୍‌ କୋର୍ଟ ଦୁଇ ଦୁଇ ଥର ଡେଥ୍‌ ୱରେଣ୍ଟ ଜାରି କରିଥିଲେ। ହେଲେ ଦୋଷୀମାନେ ନ୍ୟାୟିକ ପ୍ରକ୍ରିୟାର ସହାରା ନେଉଥିବାରୁ ଫାଶୀ ହୋଇପାରୁ ନାହିଁ। ଏଣୁ ଦୋଷୀମାନଙ୍କୁ ଫାଶୀ ଖୁଣ୍ଟରେ ଶୀଘ୍ର ଝୁଲାଇବା ପାଇଁ ନିର୍ଭୟାଙ୍କ ମା’ ବାପା ଦାବି କରିଛନ୍ତି।

Comment