ଓଡ଼ିଶାଲାଇଭ୍ ବ୍ୟୁରୋ

(ବାରିପଦାରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସୁମିତା ଜେନା ଏହି ମାମଲା ବିଚାର କରି ଅଭିଯୁକ୍ତ ବୈଶିଙ୍ଗା ଥାନା ବାଘୁଆ ଗ୍ରାମର ଚୁନୁ ମହାନ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଯାଇଛି। ଏହା ବ୍ୟତୀତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସୂଚନା ଅନୁସାରେ ୨୦୧୮ ମସିହା ଜୁଲାଇ ୧୦ ତାରିଖରେ ଅଭିଯୁକ୍ତ ଚୁନୁ ମହାନ୍ତ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଧମକ୍ ଦେଇଥିଲା ଚୁନୁ। ଘଟଣାର ୩ ମାସ ପରେ ନାବାଳିକା ଜଣକ ଅସୁସ୍ଥ ହେବାକୁ ତାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାବାଳିକା ଗର୍ଭବତୀ ଥିବା ଡାକ୍ତର ତାଙ୍କ ପରିବାର ଲୋକଙ୍କୁ କହିଥିଲେ।

୨୦୧୮ ମସିହା ଅକ୍ଟୋବର ୧୦ ତାରିଖରେ ଘଟଣା ସମ୍ପର୍କରେ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକେ। ପୋଲିସ କେଶ ନମ୍ବର ୨୧୪/୨୦୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଚୁନୁ ମହାନ୍ତକୁ ଗିରଫ କରିଥିଲା।

ସାକ୍ଷୀ, ପ୍ରମାଣ ଓ ଡାକ୍ତରଙ୍କ ରିପୋର୍ଟ ଆଧାରରେ ଆଜି ଏହି ରାୟ ପ୍ରକାଶ ପାଇଛି। ଏହି ମାମଲାକୁ ସରକାରୀ ସ୍ୱତନ୍ତ୍ର ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ।

Tags: #RapeCase #Rapist #MinerGirl #Court #PocsoCourt #20YearsJail

LEAVE A REPLY

Please enter your comment!
Please enter your name here