ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ନୟାଗଡ଼ ପୋକସୋ ସ୍ପେସିଆଲ ଫାଷ୍ଟଟ୍ରାକ୍ କୋର୍ଟ। ବିଚାରପତି ବିରଞ୍ଚି କୁମାର ରଥ ୨୦୧୯ ମସିହା ଏପ୍ରିଲ ୧୮ ତାରିଖର ଏକ ଦୁଷ୍କର୍ମ ମାମଲାର ବିଚାର କରି ଜିତେନ୍ଦ୍ର ମହାରଣାଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡ ସହ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କୋର୍ଟ ଉଲ୍ଲେଖ କରିଛନ୍ତି।

୨୦୧୯ ମସିହା ଏପ୍ରିଲ ୧୮ ତାରିଖ ସକାଳ ପ୍ରାୟ ୭ଟା ୩୦ ହେବ। ଖଣ୍ଡପଡ଼ା ଅଞ୍ଚଳର ଜଣେ ୧୦ ବର୍ଷ ନାବାଳିକା ନିଜ ବାପାଙ୍କ ସହ ଏକ ଲୁନାରେ ବନମାଳିପୁରରୁ ବାହାଡ଼ା ଛକକୁ ଯାଉଥିଲେ। ବାଟରେ ଲୁନାଟି ଖରାପ ହୋଇଯିବାରୁ ଦୁହେଁ ଚାଲିଚାଲି ଯାଉଥିଲେ। ଏହି ସମୟରେ ଗୋହିରିଆପଡ଼ାର ଜିତେନ୍ଦ୍ର ମହାରଣା(୩୫) ଗନ୍ତବ୍ୟସ୍ଥଳରେ ଛାଡ଼ିଦେବାକୁ ନାବାଳିକାଙ୍କ ପିତାଙ୍କୁ କହିଥିଲେ। ପରେ ବିଶ୍ଵାସ ଜନ୍ମାଇ ଜିତେନ୍ଦ୍ର ନିଜ ବାଇକରେ ନାବାଳିକାଙ୍କୁ ନେଇଥିଲା। ନାବାଳିକାକୁ ବାହାଡ଼ା ଛକ ନିକଟ ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା ଜିତେନ୍ଦ୍ର।

ଜିତେନ୍ଦ୍ର ନାବାଳିକାକୁ ଅଚେତ ଅବସ୍ଥାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲା। ନାବାଳିକାj ଚେତା ଫେରିବା ପରେ କାନ୍ଦି କାନ୍ଦି ଛକକୁ ଆସି ଘଟଣା ସମ୍ପର୍କରେ ବାପାଙ୍କୁ ଜଣାଇଥିଲେ। ସ୍ଥାନୀୟ ଲୋକେ ଅଭିଯୁକ୍ତ ଜିତେନ୍ଦ୍ରକୁ କାବୁ କରିବାକୁ ଜଙ୍ଗଲ ମଧ୍ୟକୁ ଯାଇଥିଲେ। ସେଠାରେ ଜିତେନ୍ଦ୍ରକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଇଥିଲେ। ପୋଲିସ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନ ଠାରୁ ସେ ଜେଲରେ ସଜା କାଟୁଥିଲା। କିଛି ଦିନ ତଳେ ଜିତେନ୍ଦ୍ର ଜାମିନରେ ଆସିଥିଲା। ପୂର୍ବରୁ ଏହି ମାମଲାର ବିଚାର ଖଣ୍ଡପଡ଼ା ଜେଏମଏଫସି କୋର୍ଟରେ ଚାଲିଥିଲା। ପରେ ଏହି ମାମଲା ପୋକସୋ କୋର୍ଟକୁ ଆସିଥିଲା।

ଜିତେନ୍ଦ୍ରକୁ ବାରମ୍ବାର କୋର୍ଟରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରି ହାଜର ହୋଇନଥିଲା। ଫଳରେ ଜାମିନ ବିହିନ ଗିରଫ ପରଓ୍ଵାନା ଜାରି କରି ଜିତେନ୍ଦ୍ରକୁ ଗିରଫ କରାଯାଇଥିଲା। ବିଚାରପତି ବିରଞ୍ଚି କୁମାର ରଥ ୧୪ ଜଣ ସାକ୍ଷୀ, ପୋଲିସର ତଦନ୍ତ ରିପୋର୍ଟ ଏବଂ ଡାକ୍ତରୀମାଇନା ରିପୋର୍ଟକୁ ଆଧାର କରି ଦୋଷୀ ଜିତେନ୍ଦ୍ରକୁ ୨୦ ବର୍ଷର ଜେଲ ସହ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି। ଅର୍ଥ ଅନାଦେୟ ଅଧିକ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Tags: #Nayagarh #Court #POCSOCourt #JMFCCourt #Rapist #MinerGirl #Culprit

Comment