ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରାପୁଟ ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ। ଦାୟିତ୍ଵ ଗ୍ରହଣ ପରେ ଡିଜିପି ଅଭୟ କୋରାପୁଟରେ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକରେ ୬ ଜିଲ୍ଲାର ଏସ୍‌ପି, ବିଏସ୍‌ଏଫ୍‌ ଓ ଏସ୍‌ଓଜି କମାଣ୍ଡାଣ୍ଟ ଉପସ୍ଥିତ ଥିଲେ।

ପୋଲିସ ଡିଜି ଭାବେ ଦାୟିତ୍ଵ ନେବା ପରେ ପ୍ରଥମଥର ପାଇଁ କୋରାପୁଟ ଗସ୍ତ କରିଛନ୍ତି ଡିଜିପି ଅଭୟ। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମାଓ ଦମନ ଓ ଆଇନ ଶୃଙ୍ଖଳା ନେଇ ଏହି ବୈଠକରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

ଏହାସହ ସ୍ଵାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଦ୍ଵାରା ମୋବାଇଲ କଟକଣାକୁ ନେଇ ଆଲୋଚନା ହୋଇଥିଲା। ନବରଙ୍ଗପୁରରେ ନାବାଳିକ ମୃତଦେହ ମିଳିବା ନେଇ ମଧ୍ୟ ଆଲୋଚନା ହୋଇଛି। ଘଟଣାର ତଦନ୍ତ ସରିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ଡିଆଇଜି ସଫିନ୍‌ ଅହମ୍ମଦ କେ ସୂଚନା କହିଛନ୍ତି।

Comment