ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲୁଗାଁ ଗଙ୍ଗାନଗରରେ ଛାତ୍ରୀଙ୍କ ଗଳାକାଟି ହତ୍ୟା ଘଟଣାରେ ନୂଆ ମୋଡ଼। ପ୍ରେମ ପାଇଁ ନୁହେଁ ବରଂ ପ୍ରତିଶୋଧ ନେବା ପାଇଁ ଭାଉଜ କରିଥିଲେ ହତ୍ୟା। ଏହି ଘଟଣାର ପର୍ଦ୍ଦାଫାସ୍‌ କରଛନ୍ତି ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ଵାଇଁ। ନଣନ୍ଦ-ଭାଉଜ ଝଗଡ଼ାରେ ପ୍ରତିଶୋଧ ନେବା ପାଇଁ ଭାଉଜ ହତ୍ୟା କରିଥିବା ସ୍ପଷ୍ଟ କରିଛି ପୋଲିସ।

୧୩ ତାରିଖ ରାତିରେ ନଣନ୍ଦ-ଭାଉଜଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲେ ଭାଉଜ କାବେରୀ ବେହେରା। ଶନିବାର ରାତିରେ ପାଓ୍ଵାର କଟ୍‌ ହୋଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଏକ ଛୁରୀରେ ନଣନ୍ଦର ତଣ୍ଟି କାଟି ଦେଇଥିଲେ। ପରେ ଦୋଷକୁ ଲୁଚାଇବାକୁ ଏହାକୁ ପ୍ରେମର ରଙ୍ଗ ଦେଇ ଜଣେ ଯୁବକ ହତ୍ୟା କରଥିବା ଭାଉଜ କହିଥିଲେ। ପରେ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ।

ବାଲୁଗାଁ ମହାବିଦ୍ୟାଳୟରେ ପଢୁଥିବା ରାମ ବେହେରାଙ୍କ ଝିଅ ଶିବାନୀ ବେହେରା ଶନିବାର ରାତିରେ ଘରେ ଥିବା ବେଳେ ଜଣେ ଯୁବକ ଘରେ ପଶି ତାଙ୍କ ଗଳାକାଟି ଫେରାର ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ପରିବାର ଲୋକ ପ୍ରଥମେ ଶିବାନୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲୁଗାଁ ଡାକ୍ତରଖାନା ପରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ପୋଲିସ ସେହି ଗାଁର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ଏହି ଘଟଣା ଉପରୁ ପରଦା ଉଠାଇଛି ଖୋର୍ଦ୍ଧା ପୋଲିସ। ହହ୍ୟାକାଣ୍ଡର କାରଣ ପ୍ରେମ ନୁହେଁ, ପ୍ରତିଶୋଧ ନେବା ପାଇଁ ନିଜ ଭାଉଜ ଏହି କାଣ୍ଡ କରିଥିବା ପୋଲିସ ସ୍ପଷ୍ଟ କରିଛି। ଆଜି ଅଭିଯୁକ୍ତ ଭାଉଜକୁ ପୋଲିସ କୋର୍ଟ ଚାଲାଣ କରାଯିବ।

Comment