ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏକତରଫା ପ୍ରେମର କରୁଣ ପରିଣତି। ଛାତ୍ରୀଙ୍କ ତଣ୍ଟି କାଟି କଲେ ହତ୍ୟା। ପ୍ରେମରେ ବାରମ୍ଵାର ବିଫଳରେ ହେବା ପରେ ଶେଷରେ ଏଭଳି କାଣ୍ଡ କରିଛନ୍ତି ହତାଶିଆ ପ୍ରେମିକ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବାଲୁଗାଁ ମହାବିଦ୍ୟାଳୟରେ ପଢୁଥିବା ରାମ ବେହେରାଙ୍କ ଝିଅ ଶିବାନୀ ବେହେରା ଶନିବାର ରାତିରେ ଘରେ ଥିବା ବେଳେ ଜଣେ ଯୁବକ ଘରେ ପଶି ତାଙ୍କ ଗଳାକାଟି ଫେରାର ହୋଇଯାଇଥିଲେ। ପରିବାର ଲୋକ ପ୍ରଥମେ ଶିବାନୀକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲୁଗାଁ ଡାକ୍ତରଖାନା ପରେ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆକ୍ରମଣର କାରଣ ଏକତରଫା ପ୍ରେମ ବୋଲି ସନ୍ଦେହ କରାଯାଉଛି। ସେହି ଗାଁର ବିଭୁ ବେହେରା ଏଭଳି କାଣ୍ଡ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପ୍ରାୟ ଚାରି ମାସ ହେବ ସେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିଥିଲେ। ହେଲେ ଯୁବତୀ ଜଣକ ତାଙ୍କୁ ମନା କରି ଦେଇଥିଲେ। ଏହଥିପାଇଁ ବିଭୁ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।

Comment