ଓଡ଼ିଶାଲାଇଭ୍‌ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାଡ଼ଖଣ୍ଡର ଦୁମକା ଅଞ୍ଚଳରେ ଆଜି ନିର୍ବାଚନ ପ୍ରଚାର କଲାବେଳେ ମୋଦୀ ଏନେଇ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଯେଉଁ କାମ ପାକିସ୍ତାନ କରି ଆସୁଥିଲା, ସେହି କାମ ଆଜି କଂଗ୍ରେସ କରୁଛି। ଯେଉଁଭଳି ଦେଶରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଛି, ଏଥିରୁ ତାହା ସ୍ପଷ୍ଟ ହେଉଛି।’’ ନାଗରିକତା ଆଇନ ଦେଶ ପାଇଁ ହିତ। ଦେଶର ହିତ ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଆଇନକୁ ନେଇ ଆସାମ-ପଶ୍ଚିମବଙ୍ଗରେ ଯିଏ ନିଆଁ ଲଗାଉଛନ୍ତି, ସେମାନେ କିଏ, ତାହା ସେମାନଙ୍କର କପଡ଼ାରୁ ଜଣା ପଡ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୁମକା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ୟାୟ ଅର୍ଥାତ ଡିସେମ୍ବର ୨୦ରେ ଭୋଟ ଗ୍ରହଣ ହେବ। ଭୋଟ ପୂର୍ବରୁ ମୋଦୀ ଆଜି ଏଠାରେ ଏକ ବିଶାଳ ରାଲି କରିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି।

Comment