ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରିକତା ସଂଶୋଧନ ଆଇନ ପ୍ରଣୟନ ହେବା ପରେ ଦେଶ ତମାମ୍‌ ଯେଉଁ ବିରୋଧ ପ୍ରଦର୍ଶନ ହେଉଛି ତାହାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ଏକ ଟୁଇଟ୍‌ କରି ମୋଦୀ ବିରୋଧ ପ୍ରଦର୍ଶନ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏହାକୁ ଦୁଃଖଦ ବୋଲି କହିଛନ୍ତି। ଯେଉଁମାନେ ବିଭାଜନ ପାଇଁ ଉସୁକାଉଛନ୍ତି ସେମାନଙ୍କ ପ୍ରତି ସତର୍କ ରହିବାକୁ ଓ ଲୋକଙ୍କୁ ଅପିଲ କରିଛନ୍ତି। ଏହି ଆଇନ ଆମ ଭାଇଚାରାର ନିଦର୍ଶନ ବୋଲି ମୋଦୀ ପ୍ରକାଶ କରିଛନ୍ତି।

ମୋଦୀ କହିଛନ୍ତି ଯେ ଆଲୋଚନା, ଚର୍ଚ୍ଚା ଓ ଅସହମତି ଗଣତନ୍ତ୍ରର ମୂଳ କଥା। ତେବେ ବିରୋଧ ପ୍ରଦର୍ଶନ ନାମରେ ସାଧାରଣ ସମ୍ପତ୍ତି ନଷ୍ଟ କରିବା ଠିକ୍ ନୁହେଁ। ମୋଦୀ କହିଛନ୍ତି ଯେ, ନାଗରିକତା ଆଇନକୁ ସଂସଦରେ ବହୁମତ ସହ ବିପୁଳ ସମର୍ଥନ ମିଳିଛି।

ଅନେକ ରାଜନୈତିକ ଦଳ ବି ଏହାକୁ ସମର୍ଥନ କରିଛନ୍ତି। ଏହି ଆଇନ ଶାନ୍ତି, ଭାଇଚାରା ଓ କରୁଣାର ପ୍ରତୀକ। ଏଥି ସହିତ ଗୁଜବକୁ ବିଶ୍ୱାସ ନକରିବା ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି।

Comment