ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ବଡ଼ ବୟାନ ଦେଇଛନ୍ତି ଅମିତ ଶାହ।

“ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାରେ ବିଚାର ସରିଛି। ଆଗାମୀ ୪ ମାସ ଭିତରେ ସେଠାରେ ସୁଉଚ୍ଚ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ”, କହିଛନ୍ତି ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋମବାର ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ଯୋଗଦେଇ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଏଭଳି କହିଛନ୍ତି ଅମିତ ଶାହ।

ସେ କହିଛନ୍ତି ଯେ, ଗତ ୧୦୦ ବର୍ଷ ଧରି ଅଯୋଧ୍ୟାର ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। କିଛି ଦିନ ତଳେ ଏନେଇ ସର୍ବୋଚ୍ଚ ଅଦାଲତ ନିଜର ରାୟ ଶୁଣାଇ ସାରିଛନ୍ତି। ଆଗାମୀ ୪ ମାସ ଭିତରେ ଅଯୋଧ୍ୟାରେ ସୁଉଚ୍ଚ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଅମିତ ଶାହ।

ram mandir bjp issueଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ବହୁ ବର୍ଷ ଧରି ଚେଷ୍ଟା କରିଆସୁଥିଲା। ଗତ ମାସରେ ଏନେଇ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇ ସାରିଛନ୍ତି। ଅଯୋଧ୍ୟାର ବିବାଦୀୟ ଭୂମିରେ ହିଁ ମନ୍ଦିର ନିର୍ମାଣ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅନ୍ୟ ଏକ ସ୍ଥାନରେ ମସଜିଦ୍ ନିର୍ମାଣ କରିବାକୁ ମୁସଲିମ୍ ପକ୍ଷକୁ ୫ ଏକର ଜମି ଯୋଗାଇଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ସାରା ଦେଶରେ କେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ହେବ ବୋଲି ଚର୍ଚ୍ଚା ହେଉଛି। ଏପରିକି ମନ୍ଦିରର ନୀଳ ନକ୍ସା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

Comment