ଓଡ଼ିଶାଲାଇଭ୍ ବ୍ୟୁରୋ

ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଫର୍ଚୁନର ଗାଡ଼ି ପୋଡ଼ିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ତାଳଚେରର ଯୁବ ସମାଜସେବୀ ସଙ୍ଗଠନ ସଭାପତି ସ୍ୱାଧିୀନ କୁମାର ଓ ସମ୍ପାଦକ ଯତିନ ମହାନ୍ତି।

ଡିସେମ୍ବର ୮ ତାରିଖ ରାତି ପ୍ରାୟ ୧୨ଟାରେ ନନ୍ଦିରାସ୍ଥିତ ତାଙ୍କ କ୍ୟାମ୍ପ ଅଫିସରେ ପହଞ୍ଚିଥିଲେ। ସବୁଦିନ ଭଳି ତାଙ୍କ ଡ୍ରାଇଭର ଗ୍ୟାରେଜ୍‌ରେ ଗାଡ଼ି ରଖି ଶୋଇବାକୁ ଯାଇଥିଲେ। ବିଧାୟକ ଅଫିସରରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ବାହାରପଟୁ କବାଟ ବନ୍ଦ କରି ଗାଡ଼ିରେ ନିଆଁ ଲଗାଇଦେଇଥିଲେ।

ପୂର୍ବରୁ ଅଗଷ୍ଟ ମାସରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ଥିବା ୪ଟି ଗାଡ଼ିରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ତାଳଚେର ଡିଆଇଜି ନରସିଂହ ଭୋଳ, ଏସ୍‌ପି ଜଗମୋହନ ମୀନା ଏବଂ ସାଇଣ୍ଟିଫିକ୍‌ ଦଳ ପହଞ୍ଚି ତଦନ୍ତ କରିଥିଲେ। ରବିବାର ପୋଲିସ ଫୋନ୍‌କୁ ଟ୍ରାକିଂ କରି ବିଳମ୍ବିତ ରାତିରେ ତାଳଚେରରେ ଏହି ଦୁଇ ଜଣଙ୍କ ଘରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିଲା। ଆଜି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comment