ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଖରିଫ ଋତୁ ପାଇଁ ଧାନ କିଣା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳିତ କରାଇବାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ମଣ୍ଡି ସବୁ ଖୋଲାଯାଇଛି। ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଧନପୁର ଲାମ୍ପସଠାରେ ଏହି ମଣ୍ଡିକୁ ଶୁଭାରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୭ଟି ମଣ୍ଡି ଖୋଲାଯାଇଛି।

ଚଳିତ ବର୍ଷ ପାଇଁ ସରକାର ଧାନ କୁଇଣ୍ଟାଲ ପିଛା ୧,୮୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଅମଳକୁ ଆଖି ଆଗରେ ରଖି ପର୍ଯ୍ୟାୟ କ୍ରମେ କରଞ୍ଜିଆଠାରେ ୫ ଟି, ରାଇରଙ୍ଗପୁରଠାରେ ଗୋଟିଏ ଓ ବାରିପଦାର ଶାମାଖୁଣ୍ଟାଠାରେ ଗୋଟିଏ ମଣ୍ଡି ଖୋଲାଯାଇଛି। ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଅଞ୍ଚଳରେ ଥିବା ଲାମ୍ପସରେ ଏହି ମଣ୍ଡି ଖୋଲାଯିବ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନର ଉଚିତ ମୂଲ୍ୟ ପାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଲାମ୍ପସରେ ଖୋଲାଯାଇଥିବା ମଣ୍ଡିରେ ଧାନ ବିକ୍ରୟ କରିପାରିବେ। ଚାଷୀମାନେ ବାହାର ଦଲାଲମାନଙ୍କ କବଳରେ ଦୂରେଇ ରହିବାକୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Comment