ଓଡ଼ିଶାଲାଇଭ୍‌ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାରିପଦା ମଞ୍ଚାବନ୍ଧା ସ୍ଥିତ ଏକ କାଚ କମ୍ପାନୀ ‘ଜୁହି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ଼”ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ଫ୍ୟାକ୍ଟ୍ରିରେ ଲକ୍ଷାଧିକ ଟଙ୍କାର କାଚ ନଷ୍ଟ ହୋଇଛି।

ସୋମବାର ରାତି ୧ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ନିଆଁ ଲାଗି କାଚ ବୋତଲଗୁଡିକ ଫାଟିବାରୁ ଗୋଦାମ ଘର ଭିତରକୁ ପଶି ନିଆଁକୁ ଆୟତ୍ତ କରିବା ସମ୍ଭବ ପର ହୋଇନଥିଲା ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଏହି ଭୟାବହ ଅଗ୍ନିକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇନି। ତେବେ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Comment