ଓଡ଼ିଶାଲାଇଭ୍ ବ୍ୟୁରୋ

ନାଗରକିତା ସଂଶୋଧନ ଆଇନକୁ ନେଇ ସାରାଦେଶରେ ବିଦ୍ରୋହ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ବିଦ୍ରୋହର ନିଆଁ ଓଡ଼ିଶାକୁ ଡେଇଁଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ମୁସଲିମ ସଙ୍ଗଠନ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।ରାଜ୍ୟର ଶତାଧିକ ମୁସଲମାନ ମଙ୍ଗଳବାର ରାଜ୍ୟରେ ନାଗରିକତା ସଂଶୋଧନ ଆଇନ୍ ଓ ଏନଆରସିକୁ ବିରୋଧ କରି ଏକାଠି ହୋଇଛନ୍ତି। ଏମାନେ କେନ୍ଦ୍ର ସରକାରଙ୍କ ଏହି ଦୁଇଟି ଆଇନକୁ ରାଜ୍ୟରେ ଲାଗୁ ନକରିବା ପାଇଁ ଦାବି କରିଛନ୍ତି। ଏହି ଆଇନ ସମ୍ବିଧାନ ଓ ମୁସଲମାନଙ୍କ ସ୍ୱାର୍ଥର ବିରୋଧୀ ବୋଲି କୁହାଯାଉଛି।

ରାଜ୍ୟରେ ଏନଆରସି ଓ ନାଗରିକତା ସଂଶୋଧନ ଆଇନ୍ ଲାଗୁ ନକରିବା ପାଇଁ କିଛି ଦିନ ତଳେ କେତେକ ମୁସଲିମ୍ ପ୍ରତିନିଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଏନଆରସି ଓ ନାଗରିକତା ଆଇନକୁ ନେଇ ରାଜ୍ୟର ମୁସଲିମ୍ ଭାଇମାନେ ଚିନ୍ତିତ ହୁଅନ୍ତୁ ନାହିଁ। ଏହାପରେ ମଧ୍ୟ ମୁସଲିମ ସଙ୍ଗଠନର ଲୋକମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

Comment