ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟା୪୫ ମିନିଟ୍ରେ ଏହି ବୈଠକ ବସିବ।
କ୍ୟାବିନେଟ୍ ବୈଠକରେ ମୋଟ୍ ୩ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ, ବିଧାନସଭା ଶୀତ ଅଧିବେଶନ ସମାପ୍ତି ଓ ରାଜସ୍ୱ ବିଭାଗର କ୍ୟାଡ୍ର ଓ ଚାକିରି ସର୍ତ୍ତାବଳୀ ସମ୍ପର୍କିତ ମୋଟ୍ ୩ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହେବ।
ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ବିକାଶ ଓ ଥଇଥାନ୍ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି।















