ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୨ରୁ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ୨୦୨୦ ଆରମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଏକକାଳୀନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ତିନି ଦିନ ଧରି ବୋର୍ଡ ପରୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା କମିଟି ବୈଠକ ଅନୁସାରେ, ଫେବ୍ରୁଆରି ୨୨ତାରିଖରୁ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଆଲୋଚନା ହୋଇଥିଲା।

ପୂର୍ବବର୍ଷ ଭଳି ଆଉ ମାଟ୍ରିକ୍‌ ପରୀକ୍ଷାର ଅବ୍‌ଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ବିଶିଷ୍ଟ ଓଏମ୍‌ଆର୍‌ ପ୍ରଶ୍ନପତ୍ର ଆସିବ ନାହିଁ। ଏହା ବଦଳରେ ଚଳିତ ବ‌ର୍ଷ ସଂକ୍ଷିପ୍ତ ଉତ୍ତର ୫୦ଟି ପ୍ରଶ୍ନ ଆସିବ, ଯାହାର ଉତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବୁକ୍‌ଲେଟରେ ଲେଖିବାକୁ ପଡ଼ିବ। କିନ୍ତୁ ପୂର୍ବବର୍ଷ ଭଳି ଏବର୍ଷ ଦୀର୍ଘ ଉତ୍ତରମୂଳକ ବିଭାଗ(ସବ୍‌ଜେକ୍ଟିଭ୍ ପାର୍ଟ) ପ୍ରଶ୍ନ ଆସିବ। ଏହି ଢାଞ୍ଚା ପରିବର୍ତ୍ତନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ଜୋର୍‌ଦାର୍‌ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

Comment