ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂରାଜୀରେ ଆପଣ ଅନେକ ଶବ୍ଦ ପଢ଼ିଥିବେ। ପ୍ରାୟତଃ ପ୍ରତି ଶବ୍ଦ ୮ କିମ୍ବା ୧୦ଟି ଅକ୍ଷରକୁ ନେଇ ହୋଇଥାଏ। ଯାହାକୁ ପଢ଼ିବାକୁ ଆପଣଙ୍କୁ ମାତ୍ର ଅଳ୍ପ ସମୟ ଲାଗିଥାଏ। ତେବେ ଇଂରାଜୀରେ ସବୁଠାରୁ ବଡ଼ ଶବ୍ଦ କ’ଣ ଆପଣ ଜାଣିଛନ୍ତି କି?ଇଂରାଜୀରେ ସବୁଠାରୁ ବଡ଼ ଶବ୍ଦ ୧ ଲକ୍ଷ ୮୯ ହଜାର ୮୧୯ଟି ଅକ୍ଷରକୁ ନେଇ ଗଠିତ। ଏତେ ବଡ଼ ଇଂରାଜୀ ଶବ୍ଦକୁ ପଢ଼ିବା ପାଇଁ ଜଣେ ବ୍ୟକ୍ତିକୁ ଅତିକମରେ ତିନି ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ଗବେଷଣାରୁ ଜଣାପଡ଼ିଛି।

ତେବେ ଏହି ଶବ୍ଦଟି ହେଉଛି ମଣିଷ ଶରୀରରେ ଥିବା ଏକ ‘ଟିଟିନ’ ନାମକ ଏକ ପ୍ରୋଟିନର ରାସାୟନିକ ନାମ। ମଣିଷ ଶରୀରରେ ୨୦ଲକ୍ଷରୁ ଅଧିକ ସଂଖ୍ୟାରେ ପ୍ରୋଟିନ୍ ରହିଛି ବୋଲି ବୈଜ୍ଞାନିକମାନେ କହିଥାନ୍ତି।ଟିଟିନିର ଏହି ରାସାୟନିକ ନାଁ କୁ ପ୍ରଥମେ ଶବ୍ଦକୋଷରେ ରଖାଯାଇଥିଲା। ହେଲେ ପରେ ଏହାକୁ ନେଇ ଅନେକ ଅସୁବିଧା ଦେଖାଯିବା କାରଣରୁ ଏହି ଶବ୍ଦକୁ ଶବ୍ଦକୋଷରୁ ବାହାର କରିଦିଆଯାଇଥିଲା। ଏବେ ଏହା କେବଳ ଟିଟିନ ନାମରେ ପରିଚିତ।

Comment