ଓଡ଼ିଶାଲାଇଭ ବ୍ୟୁରୋ

ଜାତୀୟ ସାହିତ୍ୟ ଏକାଡେମୀ ତରଫରୁ ଯୁବ ପୁରସ୍କାର ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୪ଟି ଭାଷାର ଯୁବ ଲେଖକମାନଙ୍କୁ ଏଥିରେ ପୁରସ୍କୃତ କରାଯିବ।

ଏକାଡେମୀ ୧ ଜାନୁଆରୀ ୨୦୨୦ରେ ଆବେଦକଙ୍କଠୁ ପୁସ୍ତକ ଗ୍ରହଣ କରିବ। ଆବେଦକଙ୍କ ବୟସ ୩୫ ବର୍ଷରୁ କମ ହୋଇଥିବା ଆବଶ୍ୟକ। ଆବେଦନ କରିବାର ଶେଷ ତାରିଖ ୩୦ ଅଗଷ୍ଟ ୨୦୧୯।

ଭାରତୀୟ ଭାଷାରେ ଯୁବ ଲେଖକଙ୍କୁ ଉତ୍ସାହିତ କରିବାକୁ ୨୦୧୧ରେ ଯୁବ ପୁରସ୍କାର ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହୋଇଥିବା ୨୪ଟି ଭାଷା ହେଲା ଆସାମୀ, ବଙ୍ଗାଳି, ଓଡ଼ିଆ, ବୋଡୋ, ଡୋଗରି ଇଂରାଜୀ, ଗୁଜରାତି, ଦିନ୍ଦୀ, କନ୍ନଡ, କାଶ୍ମିରୀ, କୋନକଣି, ମୈଥିଲି, ମାଲାୟଲମ, ମଣିପୁରୀ, ମରାଠୀ, ନେପାଳୀ, ପଞ୍ଜାବି, ରାଜସ୍ଥାନୀ, ସାନ୍ତାଳି, ସଂସ୍କୃତ, ସିନ୍ଧି, ତାମିଲ, ତେଲଗୁ ଓ ଉର୍ଦ୍ଦୁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସବୁ ଭାରତୀୟ ଭାଷାରେ ୨୦୪ ପୁରସ୍କାର ଦିଆସରିଛି।

ପୁରସ୍କାରରେ ୫୦ହଜାର ଟଙ୍କା ଓ ଏକ ପ୍ରମାଣପତ୍ର ଦିଆଯିବ। ଏକାଡେମୀ ନିୟମଅନୁସାରେ ଆବେଦକଙ୍କ ଜନ୍ମ ପ୍ରମାଣପତ୍ରରେ ଗେଜେଟେଡ ଅଫିସରଙ୍କ ଦସ୍ତଖତ ରହିଥିବା ଆବଶ୍ୟକ। ଏହାସହ ସମସ୍ତ ଶିକ୍ଷା ପ୍ରମାଣପତ୍ର ଜମା କରାଯିବ। ଅଧିକ ବିବରଣୀ ପାଇଁ ଏକାଡେମି ଓ୍ଵେବସାଇଟ http://sahitya-akademi.gov.in/ କୁ ଯାଇ ପାରିବେ।

Comment