ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଗୋଟିଏ ମାସ ପାଇଁ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ବଢ଼ାଇଲେ କେନ୍ଦ୍ର ସରକାର। ଜୁନ୍‌ ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ୍‌ ରହିବ। ତେବେ କଣ୍ଟେନମେଣ୍ଟ ଜୋନରେ ପର୍ଯ୍ୟାୟକ୍ରମେ ସବୁ ଖୋଲିବାକୁ ଗାଇଡଲାଇନରେ କୁହାଯାଇଛି।

ସେହିପରି ଜୁନ ୩୦ ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ। ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ରହିବ। କନେଣ୍ଟମେଣ୍ଟ ଜୋନ ବାହାରେ ୩ଟି ପର୍ଯ୍ୟାୟରେ ସବୁ ଖୋଲିବ। ଜୁନ ୮ରୁ ଧାର୍ମିକସ୍ଥଳ, ହୋଟେଲ ସପିଂ ମଲ, ରେଷ୍ଟୁରାଣ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଏହାସହ ଜୁନ୍‌ ୩୦ ଯାଏଁ ସିନେମା ହଲ୍‌, ଜିମ, ପାର୍କ ଓ ମେଟ୍ରୋ ସେବା ବନ୍ଦ ରହିବ। ସାମାଜିକ, ସଂସ୍କୃତିକ ଓ ବଡ଼ ସମାବେଶ ପୂର୍ବ ପରି ବନ୍ଦ ରହିବ। ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Comment