ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଧୀରେ ଧୀରେ କୋଭିଡ ସଂକ୍ରମଣ ହାର କମିବାକୁ ଲାଗିଛି। ଏହି ଦୃଷ୍ଟିରୁ ରାଜ୍ୟ ସରକାର କ୍ରମାଗତ ଭାବେ କୋଭିଡ କଟକଣାକୁ କୋହଳ କରୁଛନ୍ତି। ସହରାଞ୍ଚଳଗୁଡ଼ିକରେ କୋଭିଡ ପାଇଁ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଏହି ନିୟମ ଫେବ୍ରୁଆରି ୧୮ ତାରିଖ ରାତିଠାରୁ ଲାଗୁ ହେବ। ଏ ନେଇ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ଜାଅନୁଆରି ୩୧ ତାରିଖରେ ଫେବ୍ରୁଆରି ମାସ ପାଇଁ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଥିଲା। କଟକଣାକୁ ସାମାନ୍ୟ କୋହଳ କରାଯାଇ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟା ପରିବର୍ତ୍ତେ ରାତି ୧୦ଟାରୁ କର୍ଫ୍ୟୁ ଲାଗୁ କରାଯାଇଥିଲା। ଏହା ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।

ଏହା ପୂର୍ବରୁ ରାଜ୍ୟରେ କୋଭିଡ ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଗତ ଜାନୁଆରି ୫ ତାରିଖରେ ଜାନୁଆରି ମାସ ପାଇଁ ଏସଆରସିଙ୍କ ପକ୍ଷରୁ କୋଭିଡ଼ ଗାଇଡଲାଇନ ଜାରି କରାଯାଇଥିଲା। ଜାନୁଆରି ୭ ତାରିଖରୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଥିଲା। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା।

Comment