ଓଡ଼ିଶାଲାଇଭ୍ ବ୍ୟୁରୋ

  • ସହରାଞ୍ଚଳରେ ନାଇଟ କର୍ଫ୍ୟୁ
  • ୯ଟା ପରିବର୍ତ୍ତେ ରାତି ୧୦ଟାରୁ ନାଇଟ କର୍ଫ୍ୟୁ
  • ଦୋକାନ, ବଜାର ଓ ମଲ ରାତି ୧୦ଟା ପର୍ଯ୍ୟନ୍ତ ଖୋଲିବ
  • ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ହୋଟେଲ ଓ ବାର୍
  • କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ସରସ୍ଵତୀ ପୂଜା
  • ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ
  • ଶତପ୍ରତିଶତ କର୍ମଚାରୀରେ ଚାଲିବ କାର୍ଯ୍ୟାଳୟ
  • ସାମୁହିକ ଭୋଜିଭାତ କରିବା ମନା

ଫେବ୍ରୁଆରି ମାସ ପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟା ପରିବର୍ତ୍ତେ ରାତି ୧୦ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କୋଭିଡ ସଂକ୍ରମଣ ହାର କମୁଥିଲେ ମଧ୍ୟ ବିପଦ ଟଳି ନଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆଗକୁ ସରସ୍ଵତୀ ପୂଜା ଥିବାରୁ ତା’ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ସ୍ମୁଲ ଏବଂ ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପୂଜା ପାଇଁ ଅନୁମତି ନାହିଁ। କୋଭିଡ ନିୟମ ଅନୁସାରେ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା ପାଳନ କରାଯିବ। ବିନା ଶ୍ରଦ୍ଧାଳୁରେ ମାଘ ସପ୍ତମୀ ପାଳନ କରାଯିବ।

କୋଭିଡ କଟକଣା ମାନି ଶତ ପ୍ରତିଶତକ କର୍ମଚାରୀଙ୍କୁ ନେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଚଳାଇବାକୁ ଅନୁମତି ରହିଛି। ଦୋକାନ, ବଜାର, ମଲ, ହୋଟେଲ ଓ ବାର୍ ଫେବ୍ରୁଆରି ମାସରେ ରାତି ୯ଟା ପରିବର୍ତ୍ତେ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ସମସ୍ତେ କୋଭିଡ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

ଗତ ୫ ତାରିଖରେ ଜାନୁଆରି ମାସ ପାଇଁ ଏସଆରସିଙ୍କ ପକ୍ଷରୁ କୋଭିଡ଼ ଗାଇଡଲାଇନ ଜାରି କରାଯାଇଥିଲା। କଟକଣା ଗତ ୭ ତାରିଖରୁ ଲାଗୁ ହୋଇଥିଲା। ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲା।

Comment