ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସ୍ତାବିତ ପୁରୀ ରେଳ ଷ୍ଟେସନର ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଥିଲେ। ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱ ଦେବା ସହ ୩୬୪ କୋଟି ଟଙ୍କାର ଏହି ପ୍ରକଳ୍ପ କାମ ଆଗାମୀ ଦୁଇ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି।

ଚଳିତ ଥର ରଥଯାତ୍ରା ପାଇଁ ୨୦୫ଟି ଟ୍ରେନ୍ ଚଳାଚଳ କରିବ ଓ ଟ୍ରେନ୍ ପାଇଁ ମୋବାଇଲ୍ ଟିକେଟ ବ୍ୟବସ୍ଥା କରାଯିବ। କେବଳ ସେତିକି ନୁହେଁ ଖୁବଶୀଘ୍ର କୋଣାର୍କକୁ ରେଳ ଲାଇନ ସଂଯୋଗ କରାଯିବ ବୋଲି ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ସୂଚନା ଦେଇଛନ୍ତି। ପୁରୀରୁ କିମ୍ୱା ଅନ୍ୟ କେଉଁ ସ୍ଥାନରୁ ରେଳ ଲାଇନ ସଂଯୋଗ କରାଯିବ ସେନେଇ ସର୍ଭେ ହେବ ବୋଲି ସେ କହିଛନ୍ତି। 

ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ଷ୍ଟେସନ ବିଲଡିଂ ସହ ବଡ଼ ଯାତ୍ରୀ ନିବାସ ନିର୍ମାଣ କରାଯିବ। ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନ ସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି। ସ୍ଥାପତ୍ୟ କଳା ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି। ପୁରୀରେ ଏୟାରପୋର୍ଟ ହେବାକୁ ଥିବାରୁ ପୁରୀ ଓ ଭୁବନେଶ୍ୱର ମଝିରେ ବିଶ୍ୱସ୍ତରୀୟ ଟ୍ରେନ ଚଳାଚଳ କରାଯିବ ବୋଲି ସେ କହିଛନ୍ତି।

Tags: #AswiniVaishnav #RailwayMinister #PuriRailwayStation

LEAVE A REPLY

Please enter your comment!
Please enter your name here