ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ସହରରେ ଏକ ବିବାଦୀୟ ପୋଷ୍ଟରକୁ ନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଅଛନ୍ତି ବୋଲି ଏକ ପୋଷ୍ଟର ହଠାତ ଦୁଇ ଦିନ ତଳେ ବାଲେଶ୍ୱରରେ ଦେଖିବାକୁ ମିଳିଥିଲା।

ଏହି ପୋଷ୍ଟରକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଯେଉଁ ୫ ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବ କଂଗ୍ରେସ ନେତା।

ବିଜେପି ବସ୍ତାର ସମୀର ଶଙ୍କର କୋନୁନଗୋ ସହଦେବଖୁଣ୍ଟା ଥାନାରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ ବସ୍ତା କଂଗ୍ରେସ ସଭାପତି ସୁଧାଂଶୁ ଶେଖର ଜେନା, ସଂଜୀବ ଗିରି, ଜ୍ଞାନେନ୍ଦ୍ର ମହାନ୍ତି, ମହମ୍ମଦ ଶେଖ ଓ ଗୌତମ ସାହୁ ଏହି ପୋଷ୍ଟର ଲଗାଇବା ପଛରେ ଅଛନ୍ତି। କାନୁନଗୋ ତାଙ୍କ ଏତଲାରେ ଏକଥା ମଧ୍ୟ କହିଛନ୍ତି ଯେ କଂଗ୍ରେସର ସ୍ଥାନୀୟ ନେତାମାନଙ୍କ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ରୀତିମତ ଏକ ଷଡଯନ୍ତ୍ର ଓ ବଦନାମୀ ପ୍ରଚାର ଚାଲିଛି।

ଏହାର ଜବାବରେ ସୁଧାଂଶୁ ଶେଖର ଜେନା କହିଛନ୍ତି ଯେ ଅମ୍ପନ ବାତ୍ୟା ଦ୍ୱାରା ବାଲେଶ୍ୱରର ନିକଟରେ ବହୁ କ୍ଷତି ହୋଇଛି ଓ କ୍ଵାରେଣ୍ଟିନ୍‌ ସେଣ୍ଟରଗୁଡ଼ିକ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛି। ଅଥଚ ସାଂସଦ ଏପର୍ଯ୍ୟନ୍ତ ତାଙ୍କ ଅଞ୍ଚଳ ବୁଲି ଦେଖିନାହାନ୍ତି। ସାଂସଦଙ୍କ ଏହି ଅବହେଳାକୁ ସୋସିଆଲ ମିଡିଆରେ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ତାଙ୍କ ସଫେଇରେ କହିଛନ୍ତି।

Comment