ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କ ବିରୋଧରେ ରୁଜୁ ହେଲା ମାମଲା। କାଷ୍ଟିଂ ନିର୍ଦ୍ଦେଶକ ସାହିଲ୍ ଅସରଫ୍ ସୟଦ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ କରିଛନ୍ତି।

ଆଇପିସି ଧାରା ୨୯୫ (କ), ୧୫୩ (କ) ଏବଂ ୧୨୪ (କ)ରେ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ ଲେଖାଯାଇଛି। କଙ୍ଗନା ଓ ତାଙ୍କ ଭଉଣୀ ଲଗାତାର ଭାବେ ଟୁଇଟ୍ କରି ସାମ୍ପ୍ରଦାୟିକ ସଦଭାବକୁ ବିଗାଡ଼ିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଏହି ମାମଲାରେ କରାଯାଇଛି। ଏଥିସହିତ କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ ବିନା କାରଣରେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଏଫ୍ଆଇଆର୍ ପାଇବା ପରେ ପୋଲିସ୍ ଏନେଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଯଦି ଆବଶ୍ୟକ ହୁଏ ତେବେ ପୋଲିସ କଙ୍ଗନାଙ୍କୁ ସମନ ମଧ୍ୟ ଜାରି କରିପାରେ। ପୋଲିସ ନିଜର ତଦନ୍ତ ପକ୍ରିୟାରେ କଙ୍ଗନାଙ୍କ ସୋସିଆଲ୍ ମିଡିଆକୁ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏହି ଘଟଣାକୁ ନେଇ କଙ୍ଗନାଙ୍କ ଓକିଲ କହିଛନ୍ତି ଯେ, କଙ୍ଗନା ସେଭଳି କୌଣସି କାମ କରିନାହାନ୍ତି। ଟୁଇଟଗୁଡ଼ିକୁ ସେ ନିଜେ ଭଲ ଭାବେ ଯାଞ୍ଚ କରିବା ପରେ ଏନେଇ ଉତ୍ତର ରଖିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here