ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦୁଇ କିମ୍ବା ତିନି ଦିନ ଭିତରେ ଦେଶର ବିଭିନ୍ନ ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରରୁ ଟ୍ରେନ୍ ଟିକେଟ୍ ମିଳିପାରିବ। ଲୋକମାନେ ଅନଲାଇନ୍ ଜରିଆରେ ଟିକେଟ୍ କିଣିବା ସହିତ ରେଳ ଷ୍ଟେସନରୁ ମଧ୍ୟ ଟିକେଟ୍ କରିପାରିବେ। ଏନେଇ ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, କାଲିଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟିକେଟ୍ ମିଳିବ। ଆଗାମୀ ଦିନରେ ଟ୍ରେନ୍ ଚଳାଚଳ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ଫଳରେ ଟ୍ରେନ୍ ସାହାଯ୍ୟରେ ଲୋକମାନ ସୁରୁଖୁରରେ ଯିବା ଆସିବା କରିପାରିବେ। ଏଥିସହିତ ଖୁବଶୀଘ୍ର ଷ୍ଟେସନ ଭିତରେ ବିଭିନ୍ନ ଷ୍ଟଲ ଓ ବହି ଦୋକାନ ମଧ୍ୟ ଖୋଲାଯିବ ବୋଲି ସେ କହିଛନ୍ତି।

ଜୁନ୍ ୧ ତାରିଖରେ ସାରା ଦେଶରେ ୨୦୦ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଲୱେ ନିଷ୍ପତ୍ତି ନେଇଛି। ଯାହା ପାଇଁ ଆଜିଠାରୁ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ତେବେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହେବାର କେଇ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଟିକେଟ୍ ବୁକିଂ କରିଥିବା ଦେଖିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

Comment