ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କ ମା’ଙ୍କ ଚନ୍ଦ୍ରକାନ୍ତା ଗୋୟଲଙ୍କର ଶନିବାର ସକାଳେ ମୃତ୍ୟୁ ଘଟିଛି। ପିୟୁଷ ଗୋୟଲ ତାଙ୍କ ମା’ଙ୍କର ଏକ ଫଟୋ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଟୁଇଟ କରି ପିୟୁଷ ଲେଖିଛନ୍ତି, “ମା’ ଯିଏ ମତେ ସର୍ବଦା ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ସେ ତାଙ୍କର ପୂରା ଜୀବନ ସେବାରେ ଅତିବାହିତ କରିଥିଲେ ଏବଂ ଆମକୁ ବି ଅନ୍ୟର ସେବା କରିବାକୁ ପ୍ରେରଣା ଦେଇଥିଲେ। ଭଗବାନ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ।’’

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ସ୍ମୃତି ଇରାନୀ, ହରଦୀପ ସିଂ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରେଳମନ୍ତ୍ରୀଙ୍କ ଅନ୍ୟ ସହଯୋଗୀତଥା ବିଶିଷ୍ଟ ରାଜନେତାମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି।

ଚନ୍ଦ୍ରକାନ୍ତା ତାଙ୍କ ରାଜୀନୀତି କ୍ୟାରିୟରରେ ୩ ଥର ବିଧାୟକ ରହିଥିଲେ।

Comment