ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୫୫୨୮ କୋଟି ଭାଗ ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ତେବେ ରେଳ ପ୍ରକଳ୍ପଗୁଡ଼ିକ ପାଇଁ ୭୨୦୦ କୋଟି ରାଜ୍ୟ ମାଗିଥିଲା ବେଳେ କେନ୍ଦ୍ର ପକ୍ଷରୁ ୫୫୨୮ କୋଟି ଟଙ୍କା ଦିଆଯାଇଥିବାରୁ ରାଜ୍ୟକୁ ଉପେକ୍ଷା କରାଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଏପଟେ ୨୦୦୯-୧୪ ମଧ୍ୟରେ ଓଡ଼ିଶାର ରେଳ ପ୍ରକଳ୍ପଗୁଡ଼ିକ ଲାଗି ହାରାହାରି ୮୩୮ କୋଟି ଟଙ୍କା ଆସିଥିଲା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍‌ ପରିବର୍ତ୍ତନ ଭଳି ୩୯ଟି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପଗୁଡ଼ିକରେ ୬୧.୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ।

ସେହିପରି ୨୮୯ କିଲୋମିଟରର ଖୋର୍ଦ୍ଧା ରୋଡ୍‌-ବଲାଙ୍ଗିର ପାଇଁ ୫୦୦ କୋଟି, ୯୮.୭ କିଲୋମିଟର ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି, ୧୫୪ କିଲୋମିଟର ତାଳଚେର-ବିମଳାଗଡ଼ ପାଇଁ ୧୦ କୋଟି, ୧୩୦ କିଲୋମିଟର ଜୟପୁର ମାଲାକାନଗିରି ୨୮ କୋଟି,  ୩୮ କିଲୋମିଟର ଜୟୁପର ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କା ବ୍ୟବବରାଦ କରାଯାଇଛି।

ଏହାସହିତ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଦିଆଯାଇଥିବା ଜଣାପଡ଼ିଛି।

Comment