ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟ୍ରେନ୍ ଟିକେଟ୍ ମିଳିବ। ତା ସହିତ ଖୁବଶୀଘ୍ର ଦେଶରେ ଆହୁରି ଅଧିକ ଟ୍ରେନ୍ ମଧ୍ୟ ଚଳାଚଳ କରିବ। ଫଳରେ ଟ୍ରେନ୍ ସାହାଯ୍ୟରେ ଲୋକମାନ ସୁରୁଖୁରରେ ଯିବା ଆସିବା କରିପାରିବେ। ଗୁରୁବାର ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ।

ସେ କହିଛନ୍ତି ଯେ ଖୁବଶୀଘ୍ର ଷ୍ଟେସନ ଭିତରେ ବିଭିନ୍ନ ଷ୍ଟଲ ଓ ବହି ଦୋକାନ ମଧ୍ୟ ଖୋଲାଯିବ। ତା ସହିତ ଦିନେ ଦୁଇ ଦିନ ଭିତରେ ଦେଶର ବିଭିନ୍ନ ରେଳ ଷ୍ଟେସନର ଟିକେଟ୍ କାଉଣ୍ଟରରୁ ମଧ୍ୟ ଟ୍ରେନ୍ ଟିକେଟ୍ ମିଳିପାରିବ। ଲୋକମାନେ ଅନଲାଇନ୍ ଜରିଆରେ ଟିକେଟ୍ କିଣିବା ସହିତ ରେଳ ଷ୍ଟେସନରୁ ମଧ୍ୟ ଟିକେଟ୍ କରିପାରିବେ।

ଜୁନ୍ ୧ ତାରିଖରେ ସାରା ଦେଶରେ ୨୦୦ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଲୱେ ନିଷ୍ପତ୍ତି ନେଇଛି। ଯାହା ପାଇଁ ଗୁରୁବାରଠାରୁ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ତେବେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହେବାର କେଇ ଘଣ୍ଟା ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଟିକେଟ୍ ବୁକିଂ କରିଥିବା ଦେଖିବାକୁ ମିଳିଛି। ତେଣୁ ଆଗାମୀ ଦିନରେ ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକିଂ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।

Comment