ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆରେ ଟୁଇଟର ବିକଳ୍ପ ଭାବେ ଉଭା ହୋଇଥିବା ସ୍ୱଦେଶୀ ‘କୁ’ ଆପ୍‌ରେ ଭାରତୀୟ ରେଳବାଇ ନିଜର ଅଫିସିଆଲ ଆକାଉଣ୍ଟ ଖୋଲିଛି। ‘କୁ’ରେ ରେଳବାଇର ଅଫସିଆଲ ଆକାଉଣ୍ଟର ନାଁ ହେଉଛି RailMiniindia।

ଅନ୍ୟପଟେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଭାଭେଦକର ମଧ୍ୟ ଏହି ପ୍ଲାଟଫର୍ମରେ ନିଜର ଆକାଉଣ୍ଟ ଖୋଲିଛନ୍ତି। ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କିଛି ଦିନ ତଳେ ଏଥିରେ ଆକାଉଣ୍ଟ ଖୋଲିଥିଲେ।

ଟୁଇଟର ସହିତ ଭାରତ ସରକାରଙ୍କ ମତଭେଦ ଦେଖାଦେବା ପରଠାରୁ କେନ୍ଦ୍ର ସରକାର ‘କୁ’ ଆପ୍‌ର ପ୍ରଚାର କରୁଛନ୍ତି। ଏଥିରେ ମନ୍ତ୍ରୀ ଓ ସରକାରୀ ଅଫିସଗୁଡ଼ିକ ଆକାଉଣ୍ଟ ଖୋଲିଛନ୍ତି। ଏହାସହିତ ସେମାନେ  ଅନ୍ୟମାନଙ୍କୁ ବି ଏଥିରେ ଆକାଉଣ୍ଟ ଖୋଲିବାକୁ ଆହ୍ୱାନ ଦେଇଛନ୍ତି।

Comment