ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ଆଜିଠୁ ଗଡ଼ିବ ୮୬ଟି ସ୍ପେଶାଲ ଟ୍ରେନ୍। ପୂର୍ବରୁ ୮୦ଟି ସ୍ପେଶାଲ ଟ୍ରେନ୍ ଗଡ଼ିବା ନେଇ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ସ୍ଵତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ରେଳ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଆଜି ଆଉ ତିନି ଯୋଡ଼ା ସ୍ଵତନ୍ତ୍ର ଟ୍ରେନ ଗଡ଼ିବ ବୋଲି ସୂଚନା ମିଳିଛି। ଏହି ଟ୍ରେନ୍‌ଗୁଡ଼ିକ ପୁରୀରୁ ଚଳାଚଳ କରିବ ବୋଲି ଜଣାପଡ଼ିଛି।

ଆଜିଠାରୁ ପୁରୀ-ଅହମଦାବାଦ, ପୁରୀ-ଗାନ୍ଧୀଧାମ ଓ ପୁରୀ-ଓଖା ମଧ୍ୟରେ ଏହି ୩ଟି ସ୍ଵତନ୍ତ୍ର ଟ୍ରେନ୍ ଚାଲିବ। ପୁରୀ-ଅହମଦାବାଦ ଟ୍ରେନ୍‌ ସପ୍ତାହକୁ ୪ ଦିନ ଚାଲିବ। ଅନ୍ୟ ଦୁଇ ଟ୍ରେନ୍ ସପ୍ତାହକୁ ଗୋଟିଏ ଦିନ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

ବିଶେଷକରି ଗୁଜୁରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ୟକୁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ସ୍ଵତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।BGUପୂର୍ବରୁ ଚାଲୁଥିବା ୨୩୦ ଟ୍ରେନ୍ ଓ ଏବେ ଆଉ ୮୬ ଟ୍ରେନକୁ ମିଶାଇ ଦେଶରେ ମୋଟ ୩୧୬ଟି ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comment