ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ

ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ। ସୋମବାର ପୁରୀରୁ ତାଳଚେର ମଧ୍ୟରେ ଏହାର ଟ୍ରାଏଲ ରନ ଆରମ୍ଭ ହୋଇଛି।

ଟ୍ରାଏଲ ରନ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ ଲେଖାଏଁ ରହିଥିଲା ଏହି ଟ୍ରେନ। ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୩୦ରେ ତାଳଚେରରେ ପହଞ୍ଚିଥିଲା।ଚଳିତ ବର୍ଷ ମେ’ ମାସ ୧୮ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ। ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପୁରୀ, ଭୁବନେଶ୍ଵର ଓ କଟକ ମଧ୍ୟରେ ‘ବନ୍ଦେ ଭାରତ ମେଟ୍ରୋ’ ଚଳାଚଳ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

Tags: #VandeBharatExpress #RailwayMinistry #TrailRun #AshwiniVaishnaw

Comment