ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଓ ରାଉରକେଲା ମଧ୍ୟରେ ଗଡ଼ିବାକୁ ଯାଉଛି ଓଡ଼ିଶାର ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏନେଇ ବୁଧବାର ଉଭୟ ସହର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ ହେବ। ଏନେଇ ପୂର୍ବତଟ ରେଳ ପଥ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରାଏଲ୍ ରନରେ ବନ୍ଦେ ଭାରତ ଏକ୍ସପ୍ରେସ ବୁଧବାର ସକାଳ ୫ଟାରେ ପୁରୀ ଷ୍ଟେସନ ଛାଡ଼ି ଅପରାହ୍ଣ ୧୨ଟା ୪୫ ମିନିଟରେ ରାଉରକେଲାରେ ଷ୍ଟେସନରେ ପହଞ୍ଚିବ। ଏହାପରେ ଟ୍ରେନଟି ସେଠାରୁ ୨ଟା ୧୦ ମିନିଟରେ ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀରେ ପହଞ୍ଚିବ।

ଟ୍ରାଏଲ୍ ରନରେ ବନ୍ଦେ ଭାରତ ଏକ୍ସପ୍ରେସ ମୋଟ ୧୦ଟି ଷ୍ଟେସନରେ ରହିବ। ପୁରୀ ଓ ରାଉର‌କେଲା‌ ମଧ୍ୟରେ ଖୋର୍ଦ୍ଧାରୋଡ, ଭୁବନେଶ୍ଵର, କଟକ, ଢେଙ୍କାନାଳ, ଅନୁଗୁଳ, କେରେଜଙ୍ଗା, ସମ୍ବଲପୁର ସିଟି ଓ ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନଟି ରହିବ।

ଏହି ବନ୍ଦେ ଭାରତ ଏକ୍ସପ୍ରେସକୁ ସେପ୍ଟେମ୍ବର ଶେଷ ସୁଦ୍ଧା ଆରମ୍ଭ କରିବାକୁ ଯୋଜନା ରଖାଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ତାରିଖରେ ପୁରୀରୁ ତାଳଚେର ମଧ୍ୟରେ ଏହି ଟ୍ରେନର ପ୍ରଥମ ଟ୍ରାଏଲ୍ ରନ ହୋଇଥିଲା।

Tags: #VandeBharatExpress #TrailRun #Puri #Rourkela #Odisha #IndianRailways

 

LEAVE A REPLY

Please enter your comment!
Please enter your name here