ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ପକ୍ରିୟା ଏବେ ଧୀରେଧୀରେ କୋହଳ ହେବାରେ ଲାଗିଛି। ତେଣୁ ପେଟ ପାଟଣା ପାଇଁ ଏବେ ପ୍ରବାସୀ ଶ୍ରମିକମାନେ ପୁଣି ବାହାର ରାଜ୍ୟକୁ ଫେରିବା ଆରମ୍ଭ କଲେଣି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୨ ତାରିଖରୁ ଓଡ଼ିଶାରୁ ଆଉ ୩ଟି ସ୍ପେଶାଲ୍ ଟ୍ରେନ୍ ବାହାର ରାଜ୍ୟକୁ ଚାଲିବ ବୋଲି ସୂଚନା ମିଳିଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ଏନେଇ ସୂଚନା ଦେଇଛନ୍ତି। ପୁରୀରୁ – ଅହମ୍ମଦାବାଦ, ପୁରୀରୁ- ଗାନ୍ଧୀଧାମ ଓ ପୁରୀରୁ- ଓଖା ରୁଟରେ ଏହି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

BGUକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଗତକାଲି ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖି ଜଣାଇଥିଲେ। ପ୍ରବାସୀ ଶ୍ରମିକମାନେ ପୁଣି କର୍ମକ୍ଷେତ୍ରକୁ ଫେରିବାକୁ ଚାହୁଁଥିବାରୁ ଏଥିପାଇଁ ସ୍ପେଶାଲ୍ ଟ୍ରେନର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଥିଲେ। ଧର୍ମେନ୍ଦ୍ରଙ୍କ ଏହି ଚିଠି ପରେ ଆଜି ଓଡ଼ିଶାରୁ ଆଉ ୩ଟି ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି।

Comment