ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା-ସିଙ୍ଗାପୁର ତୃତୀୟ ରେଳ ଲାଇନ କାର୍ଯ୍ୟର ସମୀକ୍ଷା କରିଛନ୍ତି ସେଫ୍ଟି କମିଶନର ବ୍ରିଜେଶ କୁମାର ମିଶ୍ର। ରେଳବାଇ ବିଭାଗର ସେଫ୍ଟି କମିଶନର ବ୍ରିଜେଶ କୁମାର ମିଶ୍ର ରାୟଗଡ଼ାରେ ପହଞ୍ଚି ରେଳ ଷ୍ଟେସନରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ।

ରାୟଗଡ଼ା-ସିଙ୍ଗାପୁର ତୃତୀୟ ରେଳ ଲାଇନର ତଦାରଖ କରିବା ପରେ ସେଫ୍ଟି କମିଶନର ରାୟଗଡ଼ା ରେଳ ଷ୍ଟେସନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିଥିଲେ। ରେଳଲାଇନ କାମ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବ୍ରିଜେଶ କୁମାର ମିଶ୍ର ନିର୍ଦେଶ ଦେଇଥିଲେ।

ବର୍ତ୍ତମାନ ରାୟଗଡ଼ା ଷ୍ଟେସନରେ କାମ ଚାଲିଥିବାରୁ ରେଳ ଚଳାଚଳ ଏକ ପ୍ରକାର ବାଧା ପ୍ରାପ୍ତ ହୋଇଛି। କେବଳ ଦୁଇରୁ ତିନୋଟି ଟ୍ରେନ ଏହି ଷ୍ଟେସନ ଦେଇ ଯିବାଆସିବା କରୁଥିବା ଦେଖିବାକୁ ମିଳୁଛି। ରାୟଗଡ଼ା ରେଳ ଷ୍ଟେସନର ପୁରୁଣା ଷ୍ଟେସନକୁ ବନ୍ଦ କରିବା ସହ ନୂଆ ଷ୍ଟେସନକୁ ଆରମ୍ଭ କରାଯାଇଛି। ତୃତୀୟ ରେଳ ଲାଇନ ସମୀକ୍ଷା ବେଳେ ସେଫ୍ଟି କମିଶନରଙ୍କ ସହ ଡିଆରଏମ ସୌରଭ ପ୍ରସାଦ, ଡିସିଏମ ଏ କେ ତ୍ରିପାଠୀ ଏବଂ ଏଡିଇଏନ ସଞ୍ଜୀବ ଦିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ।

Tags: #RayagadaSingapurRoad #Railway #CommissionerOfRailwaySafety #RayagadaStation #Inspection #Odisha

Comment