ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ପୁଣି ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ଆଜି ଇଂରାଜୀ ପରୀକ୍ଷା ହେଉଥିବା ବେଳେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ବଲାଙ୍ଗିରରେ ଇଂରାଜୀ ପ୍ରଶ୍ନପତ୍ର ସେଟ(A)ର ପ୍ରଶ୍ନ ମୋବାଇଲରୁ ମୋବାଇଲ ଏବେ ଘୁରି ବୁଲୁଛି।

ପରୀକ୍ଷାର ପାଖାପାଖି ୧୫ମିନିଟ୍‌ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା।

କପିରୋକିବା ଲାଗି ସରକାର ତ୍ରୀସ୍ତରୀୟ ବ୍ୟବସ୍ଥା କରିଥିଲେ ସୁଦ୍ଧା କିପରି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଗଲା ସେ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି।

ପ୍ରଥମେ ଓଡ଼ିଆ ପ୍ରଶ୍ନପତ୍ର ଆଉ ଏବେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହେବା ଖବର ଆସୁଛି।

Comment