ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାରା ଦେଶରେ ନାଗରିକତା ଆଇନ୍‌ ବିରୋଧରେ ନିଆଁ ଜଳୁଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଯେତେ ହୋ ହଲ୍ଲା କଲେ ବି ସରକାର ନାଗରିକତା ଆଇନ୍‌ ଉପରେ ନଇଁବେ ନାହିଁ ବୋଲି କହିଛନ୍ତି ଶାହ।

‘‘ନାଗରିକତା ଆଇନ୍‌କୁ ନେଇ ବିରୋଧୀ ଯେତେ ହୋ ହଲ୍ଲା କରିବା କଥା କରନ୍ତୁ। ହେଲେ ସରକାର ଏ କ୍ଷେତ୍ରରେ ନଇଁବେ ନାହିଁ। ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରମାଣପତ୍ର ମିଳିବ। ସେମାନେ ଭାରତର ନାଗରିକ ହେବେ। ସମ୍ମାନର ସହ ବଞ୍ଚିବେ’’, କହିଛନ୍ତି ଅମିତ ଶାହ।

ସେ ଆହୁରି କହିଛନ୍ତି ଯେ ବିରୋଧୀ ଏହି ଆଇନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହି ଆଇନରେ ସଂଖ୍ୟାଲଘୁଙ୍କ ଅଧିକାର ଛଡ଼ାଇ ଆଣିବା ଭଳି ସେମିତି କିଛି ନିୟମ ନାହିଁ।

ଗୋଟିଏପଟେ ଏହି ଆଇନ୍‌ ପ୍ରତ୍ୟାହାର ହେବ ନାହିଁ ବୋଲି ଶାହ କହିଥିବା ବେଳେ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଭେଟି ଆଇନ୍‌ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଉତ୍ତର ପୂର୍ବ ରାଜ୍ୟ ଏବଂ ଦିଲ୍ଲୀରେ ଯେଉଁ ହିଂସାକାଣ୍ଡ ଚାଲିଥିଲା ସେଥିରେ ରାଷ୍ଟ୍ରପତି ହସ୍ତକ୍ଷେପ କରିବାକୁ ଆମେ ଚାହୁଁଛୁ ବୋଲି ସୋନିଆ କହିଛନ୍ତି।

Comment