ଓଡ଼ିଶାଲାଇଭ୍ ବ୍ୟୁରୋ
ଆକ୍ସନ ମୋଡରେ ବିଏମ୍ସି। ରାଜଧାନୀ ଭୁବନେଶ୍ଵରକୁ ବିଭିନ୍ନ ସମସ୍ୟାରୁ ବଞ୍ଚାଇବାକୁ ବିଏମ୍ସି ନେଉଛି ନୂଆ ନୂଆ ପଦକ୍ଷେପ। ଏଣିକି ରାଜଧାନୀରେ କୃତିମ ବନ୍ୟାର ମୁକାବିଲା କରିବ ଡିଜିଟାଲ ଆପ୍। ସହରରେ ଜବରଦଖଲ ଓ ଡ୍ରେନ ଜାମ୍ରୁ ମୁକ୍ତି ପାଇଁ ଏହି ଆପ୍ ଉପାୟ ବତାଇବ।
ଜର୍ମାନ ଡେଭେଲପମେଣ୍ଟ କର୍ପୋରେସନର ସହଯୋଗ ନେଇ ବିଏମ୍ସି ଏହି ଆପ୍ର ବ୍ୟବହାର କରିବ। ଏହି ଆପ୍ର ନାଁ ରଖାଯାଇଛି ‘ମୁଁ ସିଟି ସାଭିଅର’। ଏହାର ଅର୍ଥ ହେଉଛି ସହରର ତ୍ରାଣକର୍ତ୍ତା।

ଯେକୌଣସି ସ୍ଥାନରେ ଡ୍ରେନ ଜାମ୍ର ତଥ୍ୟ ଏହି ଆପ୍ରେ ଦେବାକୁ ହେବ। ଲୋକସଂଖ୍ୟା ଓ ସ୍ଥାନର ଗୁରୁତ୍ଵ ଅନୁସାରେ ଆପ୍ ତୁରନ୍ତ ପଦକ୍ଷେପ ନେବ। ପରେ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଜଣାଇ ତୁରନ୍ତ ସମାଧାନର ଉପାୟ ବାହାର କରିବ।
ପୂର୍ବରୁ ରାଜଧାନୀର ପରିମଳକୁ ଦୃଷ୍ଟିରେ ରଖି ଏକ ନିୟମ କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ପରିସ୍ରା କିମ୍ଵା ମଳତ୍ୟାଗ କରନ୍ତି ତାଙ୍କ ଉପରେ ଜରିମାନା ଆଦାୟ କରାଯିବ ବୋଲି ବିଏମ୍ସି ନିଷ୍ପତ୍ତି ନେଇଥିଲା। ପରେ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଧ କିଲୋ ପ୍ଲାଷ୍ଟିକରେ ଆହାର ମିଳିବ ବୋଲି ମଧ୍ୟ ବିଏମ୍ସି ନିୟମ କରି ସାରିଛି।
















