ଓଡ଼ିଶାଲାଇଭ୍ ବ୍ୟୁରୋ

ଥମୁନି ନାଗରିକତା ଆଇନ୍‌ ତାତି। ଗୋଟିଏପଟେ ଏହି ଆଇନକୁ ପ୍ରତ୍ୟାହାର କରାଯିବନି ବୋଲି କେନ୍ଦ୍ର ସରକାର ଅଡ଼ି ବସିଥିବା ବେଳେ ଅନ୍ୟପଟେ ଏହି ନିଆଁ ବ୍ୟାପିବାରେ ଲାଗିଛି। ଆଜି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ନିଆଁ ଜଳିଛି।

ସିଏଏକୁ ବିରୋଧ କରି ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପରିସ୍ଥିତି ଅଣାୟତ୍ତ ହୋଇଯାଇଛି। ବିକ୍ଷୋଭକାରୀ-ପୋଲିସ ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌରେ ୧୪୪ ଧାରା ଲାଗୁ ହୋଇଥିଲେ ମଧ୍ୟ ସିଏଏକୁ ଲୋକେ ବିରୋଧ କରିଛନ୍ତି।

କିଛି ସ୍ଥାନରେ ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ପୋଲିସ ଭ୍ୟାନ୍‌ ସମେତ ବାଇକରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ଘଉଡ଼ାଇବାରୁ ପଥର ମାଡ଼ ହୋଇଥିବା ପୋଲିସ କହିଛି।

ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଲୁହ ବୁହା ଗ୍ୟାସ୍‌ ମାଡ଼ କରିଥିଲା। ଏହାସହ ପୋଲିସ ଫାଣ୍ଡିରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି।

Comment