ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଲୋକ ମହୋତ୍ସବ ଚଇତି ଓ ପଲ୍ଲିଶ୍ରୀ ମେଳା-୨୦୧୯ ଉପଲକ୍ଷେ ଦିବ୍ୟାଙ୍ଗଙ୍କ ମଧ୍ୟରେ ତିନି ଚକିଆ ସାଇକେଲ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗଦେଇ ପ୍ରତିଯୋଗିତାକୁ ସବୁଜ ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ।

ଏହି ପ୍ରତିଯୋଗିତାରେ ୧୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଜଗନ୍ନାଥ ସେଠୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସଞ୍ଜୟ ସେନାପତି ଦ୍ୱିତୀୟ ଓ ସୁନ୍ଦୁ କୌଶଲ୍ୟା ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ।

ଏହି ପ୍ରତିଯୋଗିତାରେ ସମ୍ମାନିତ ଅତିଥି ଭାବେ ତହସିଲାଦାର ଉମାଶଙ୍କର ବେହେରା, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କହଁର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସେକ ଆଲେନୁର, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରମୁଖ ଉପସ୍ଥିତ ରହି ଦିବ୍ୟାଙ୍ଗ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

Comment